Site icon Awaj Media

ଦୁଇ ମହାନାୟକଙ୍କ ଜୟନ୍ତୀ ଉତ୍ସବ : ଟାଙ୍ଗୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ସାରାଦେଶରେ ଗାନ୍ଧିଜୀଙ୍କର ୧୫୩ ତମ ଜୟନ୍ତୀ ପାଳନ ହେଉଥିବା ବେଳେ ଶାସ୍ତ୍ରୀଜୀଙ୍କର ଏହା ହେଉଛି ୧୧୮ ତମ ଜୟନ୍ତୀ । ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦର ମହକୁମା ରେ ଥିବା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର । ୪୫ ଜଣ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଚେୟାରମ୍ୟାନ ରୀସ୍ନା ମାନ୍ଧାତା , ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଡାକ୍ତର ମଧୁସୂଦନ ସେନାପତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଠିକ୍ ସେହିପରି ନୟାଗଡ଼ ଜିଲ୍ଲା ଚାନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତା ସେନାପତି ଙ୍କ ନେତୃତ୍ୱରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଆଜି ଜନ ସେବା କରିବା ଉଦ୍ଦେଶ୍ୟରେ ଚାନ୍ଦପୁର ବଜାର ଅଞ୍ଚଳ ସଫେଇ କରାଯାଇଥିଲା । ଚାନ୍ଦପୁର ସରପଞ୍ଚ ଙ୍କର ଏଭଳି ଜନାଭିମୂଖୀ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Exit mobile version