Site icon Awaj Media

ସମାଜସେବୀ ଶଶିଭୂଷଣ ଦାଶ ଙ୍କୁ ପୁଣି ଯୁବ ବିଜେଡ଼ି ସଭାପତି ଦାୟିତ୍ୱ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ଭାବେ ଯୁବ ସମାଜସେବୀ, ଦକ୍ଷ ସଂଗଠକ ଶଶିଭୂଷଣ ଦାଶ ପୁନର୍ବାର ମନୋନୀତ ହୋଇଛନ୍ତି । ତାଙ୍କ ଉପରେ ଦଳର ନେତୃମଣ୍ଡଳୀ ପୁନଃ ଅସ୍ଥା ଓ ବିଶ୍ୱାସ ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ଼ା. ପ୍ରମୋଦ କୁମାର ମଲ୍ଲିକ ଓ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବାରଙ୍ଗ ବ୍ଲକ ବିଜେଡ଼ି ସଭାପତି ଗୋଲଖ ଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ମହାନ୍ତି, ଜିଲ୍ଲା ବିଜେଡ଼ି ଯୁବ ସଭାପତି ସ୍ମୁତି ରଂଜନ ନାୟକ, ବ୍ଲକ ଉପସଭାପତି ଅଶୋକ ରଥ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ଭୋଇ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସମୀର ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡ଼ି ବିପ୍ଳବ ଯାଦବ, ବିଜୁ ମହିଳା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ସାଧନା ଜେନା ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

Exit mobile version