Site icon Awaj Media

” ମା କୋଶଳାଶୁଣୀ ମହୋତ୍ସବ ୨୦୨୨ ” ଉଦଯାପିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା କୋଶଳାଶୁଣୀ ମନ୍ଦିର ପରିସରରେ ” ମା କୋଶଳାଶୁଣୀ ମହୋତ୍ସବ ୨୦୨୨ ” ଉଦଯାପିତ ହୋଇଯାଇଛି । ପାଞ୍ଚ ଦିନ ବ୍ୟାପି ଚାଲିଥିବା ମହୋତ୍ସବରେ ଉଦଘାଟନ ଦିବସରେ ଏକ ମଶାଲ ଶୋଭାଯାତ୍ରା ମା କୋଶଳାଶୁଣୀ ପୀଠରୁ ବାହାରି ଗ୍ରାମ ପରିକ୍ରମା କରିବା ସହ ମୁକ୍ତାକାଶ ରଙ୍ଗମଞ୍ଚ  ନିକଟରେ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁ ମହୋତ୍ସବ ବନ୍ଦ ଥିବା ବେଳେ ଚଳିତ ବର୍ଷ ଧୂମଧାମ ରେ ମହୋତ୍ସବ ଆରମ୍ଭ ହୋଇ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚ ରେ ହୋଇଥିବା ମହୋତ୍ସବ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଜନସାଧାରଣଙ୍କ  ସମାଗମ ହୋଇଥିଲା । ଶେଷ ସନ୍ଧ୍ୟାରେ ଭୁବନେଶ୍ବର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ  ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ  ଗାଁ  କୁନିକୁନି ପ୍ରତିଭା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହୁଡିରୁ ଆସିଥିବା ମା ମଙ୍ଗଳାପାଇକ ଆଖଡା ଓ ଓଡ଼ିଶୀନୃତ୍ୟ ଦର୍ଶକ ଙ୍କ ମନକୁ ଛୁଇଁଥିଲା । ସେହିପରି ରଙ୍ଗୀନ ସାହି ନୃତ୍ୟ ସହ ଗ୍ରାମଞ୍ଚଳର କୁନିକୁନି କଳାକାରଙ୍କ ନୃତ୍ୟ ବିଳମ୍ବିତ  ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମା କୋଶଳାଶୁଣୀ ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version