Site icon Awaj Media

ପୂର୍ବତନ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ସାହୁ ଙ୍କର ଅକାଳ ବିୟୋଗ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପୂର୍ବତନ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ସାହୁ ( ୬୮ ) ଙ୍କର ଅକାଳ ବିୟୋଗ ଘଟିଛି । ଦୀର୍ଘ ଦିନ ହେବ ହୃଦରୋଗରେ ପୀଡିତ ଥିଲେ । ଆକସ୍ମିକ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅନୁଗୋଳ ସଦର ଟିପିରିଶିଙ୍ଗା ନିବାସୀ ଅଚ୍ୟୁତାନନ୍ଦ ସାହୁ । ଅବସର ପୂର୍ବରୁ ପୋଲିସ ଟ୍ରେନିଂ କଲେଜ , ଅନୁଗୁଳ ରେ ଇନ୍ସପେକଟର ରୂପେ କାର୍ଯ୍ୟରତ ଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ , ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ! ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀଯୁକ୍ତ ସାହୁଙ୍କର ପରଲୋକ ଖବର ଶୁଣି ଅନୁଗୋଳ ଆଇନଜୀବୀଙ୍କ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ! ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କର ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।

Exit mobile version