Site icon Awaj Media

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେଇ ୧୨ ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି I କନ୍ଧମାଳ ଜିଲ୍ଲା ମୁଖ୍ୟ କୋଚ ଭେନୁସ କୁମାର ନାୟକ ଏବଂ ପ୍ରକାଶ ଦିଗଲଙ୍କ ତତ୍ୱାବଧାନରେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗୀତା ରାଜ୍ୟ କ୍ୱାନକିଡୋ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ରାଉରକେଲା ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଏହାକୁ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର, କ୍ୱାନକିଡୋର ସଭାପତି ସତ୍ୟବ୍ରତ ଓଝା, ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀଣ ଶର୍ମା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିରେ ନବୀନ ମଲ୍ଲିକ, କାହ୍ନl ଗୌଡ଼, ଆଦିତ୍ୟ ପ୍ରସାଦ କହଁର ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ସଚ୍ଚିଦାନନ୍ଦ ନାୟକ, ପ୍ରାଂଚିଶ ପ୍ରଧାନ, ଦୁର୍ଯ୍ୟୋଧନ କହଁର ଓ ଆଦିତ୍ୟ ପ୍ରସାଦ ଚାରି ଜଣ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ତାମ୍ର ପଦକ ଶଙ୍କର ମହାଙ୍କୁଡ଼, ଲୋରୀ ପ୍ରଧାନ , ଲିଙ୍କୁ ଦିଗାଲ, ଆନ୍ଦ୍ରିୟ ଦିଗାଲ ଓ ଅଂଶୁମାନ କହଁର ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ।

Exit mobile version