Site icon Awaj Media

ବାଙ୍କୀ ମହୋତ୍ସବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚଳିତ ଥର ୨୩ ବର୍ଷରେ ପାଦ ଥାପିବ ବାଙ୍କୀ ମହୋତ୍ସବ ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଧୁମ ଧାମ ରେ ପାଳିତ ହେବାକୁ ଯାଉଛି ୨୩ ତମ ବାଙ୍କୀ ମହୋତ୍ସବ ! ଯେଉଁଥିପାଇଁ ଚଳଚଞ୍ଚଳ ଗାଁରୁ ସହର ! ବ୍ୟାପକ ଜନଗହଳି କୁ ଦୃଷ୍ଟି ରେ ରଖି ସୂଚନା ପ୍ରଦାନ ପାଇଁ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ! କିଭଳି ଶାନ୍ତି ଶୃଙ୍ଖଳା ବଜାୟ ରଖାଯାଇ ପାରିବ ସେ ନେଇ ସମସ୍ତ ବିଷୟ ଉପରେ ମହୋତ୍ସବ ର ସାଧାରଣ ସମ୍ପାଦକ ଗଣେଶ୍ୱର ସ୍ୱାଇଁ ସମସ୍ତ ଙ୍କ ସହଯୋଗ ଲୋଡିଛନ୍ତି ! ତେବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ସମୟରେ ବାଙ୍କୀ ର ଦିବଂଗତ ସାମ୍ବାଦିକ ଲକ୍ଷ୍ମୀଧର ବେହେରା ଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଶୋକସଭା ଏବଂ ନୀରବ ପ୍ରାର୍ଥନା କରାଯାଇଥିଲା ! ଦୀର୍ଘ ୨ ବର୍ଷ ର ବ୍ୟବଧାନ ରେ ଏହି ବାଙ୍କୀ ମହୋତ୍ସବ ହେବାକୁ ଯାଉଛି ! ଲକ୍ଷାଧିକ ସଂଖ୍ୟାରେ ରହିବ ଜନଗହଳି , ଏହି ମହୋତ୍ସବ ବାଙ୍କୀ ଟାଉନ ମଧ୍ୟରେ ରହିଥିବା କଚେରୀ ପଡିଆରେ ଆୟୋଜିତ ହେବାକୁ ଥିବା ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯକ୍ରମ , ମିନା ବଜାର , ରାମ ଦୋଳି ଏବଂ ବିଭିନ୍ନ ପ୍ରକାରର ଦୋଳି ପଡ଼ିବାର ବ୍ୟବସ୍ଥା ରହିଛି ! ଚଳିତ ବର୍ଷ ଏହି ମହୋତ୍ସବ ୫ ଧରି ଚାଲୁ ରହିବ ! ଏହା ସହିତ ଗ୍ରାମଞ୍ଚଳର ଲୁକାୟିତ ପ୍ରତିଭା ମାନଙ୍କୁ ନେଇ ମଞ୍ଚରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସହିତ କଳା ପ୍ରଦର୍ଶନ କରିବାର ଆୟୋଜନ ରହିଥିବା ଶ୍ରୀଯୁକ୍ତ ସ୍ୱାଇଁ ସୂଚନା ଦେଇଛନ୍ତି !

Exit mobile version