Site icon Awaj Media

ଚିଲିକା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ଗୋଶାଳା ଗୋଧାମ ର ଭୂମି ପୂଜନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ବଉଳାବନ୍ଧ ପଞ୍ଚାୟତର ବଉଳlବନ୍ଧ ଗ୍ରାମ ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟ ଦ୍ୱାରା ଗୋଶାଳା ଗୋଧାମ ର ଭୂମି ପୂଜନ ହୋଇଯାଇଛି l ଗାଈ ଗୋରୁ ମାନଙ୍କୁ କଂସେଇ ଠାରୁ ଉଦ୍ଧାର କରିବା ଏବଂ ଏଣେ ତେଣେ ବୁଲୁଥିବା ଗାଈ ମାନେ କିଭଳି ସୁବିଧା ପାଇ ପାରିବେ ସେ ନିମନ୍ତେ ଗୋଶାଳା ସ୍ଥାପନ ପାଇଁ ଏକ ଜାଗା ଚି଼ହ୍ନଟ କରାଯାଇଛି l ହିନ୍ଦୁ ଧର୍ମରେ ଗୋମାତା କୁ ପୂଜା କରାଯାଏ ଏବଂ ସେମାନଙ୍କ ସ୍ଥାନ ସତନ୍ତ୍ର ଥିବାରୁ ଏମାନଙ୍କୁ ଅବହେଳିତ ନିଷ୍ପେସିତ ନହବା ପାଇଁ ସତନ୍ତ୍ର ଥଇଥାନ କରାଯାଇ ଲାଳନ ପାଳନ କରାଯିବା ସହିତ ବାହାରେ ନବୁଲିବା ଓ ରହିବା ପାଇଁ ଘର ଯୋଗାଇ ଦେବା ପାଇଁ ଏକ ଜାଗା ବାଛିଥିଲେ ଗ୍ରାମର ଲୋକେ ଓ ଟ୍ରଷ୍ଟ ର ସଦସ୍ୟ ମାନେ ! ତେଣୁ ବିଜୁ ଜନତା ଦଳ ପକ୍ଷରୁ ଭୂମି ପୂଜନ ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧର୍ମପତ୍ନୀ ସମାଜସେବୀ ଶ୍ରୀମତୀ ସ୍ଵାଗତିକା ଜଗଦେବ, ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ସରପଞ୍ଚ ଶ୍ରୀମତୀ ରଶ୍ମିତା ବେହେରା, ସମିତି ସଭ୍ୟ ଅଭିମନ୍ୟୁ ନାୟକ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଜୟକୃଷ୍ଣ ବେହେରା, ଦେବାଶିଷ ରଥ, ଯୁବ ବିଜୁ ଜନତା ଦଳ ଚିଲିକା ବ୍ଲକ ସଭାପତି ଆଲୋକ ନାୟକ, ବିଜୁ ଯୁବ ଜନତା ଦଳ ବାଉଳାବନ୍ଧ ସଭାପତି ବିଜୟ ବେହେରା, ଆନନ୍ଦ ନାୟକ ଓ ଗ୍ରାମବାସୀ ଉପସ୍ଥିତ ରେ ଭୂମି ପୂଜl କରାଯାଇଥଲା l ଏହା ପରେ ଏକ ଆଲୋଚନା ପାଇଁ ବୈଠକ ମଧ୍ୟ୍ୟ ହୋଇଥିଲା l

Exit mobile version