Site icon Awaj Media

ସୌନ୍ଦର୍ଯ୍ୟ ହରାଉଛି ରାମ ସାଗର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମ ସାଗରଟି ସୌନ୍ଦର୍ଯ୍ୟ ହରାଇବାକୁ ବସିଛି । ସାଗର ଭିତରେ ବିଭିନ୍ନ ପ୍ରକାର ଭାସମାନ ଗୁଳ୍ମ ସାଗର ଜଳରାଶି କୁ ଘେରି ରହିଛି । ଯାହା ଫଳରେ ସାଗର ଟି କ୍ରମଶଃ ସୌନ୍ଦର୍ଯ୍ୟ ହରାଇ ବସିଛି । ଏହାକୁ ସଫା ସୁତୁରା କଲେ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଜଳ ଧାରଣା କ୍ଷମତା ବଢି ପାରନ୍ତା । ଏହାକୁ ସଫା ସୁତୁରା କରିବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ପରେ ମଧ୍ୟ ଆଗରୁ ଯେପରି ଥିଲା ବର୍ତ୍ତମାନ ଅବସ୍ଥା ସେହିପରି ରହିଛି । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରେ ଚାଷୀଙ୍କ ସୁବିଧା ସକାଶେ ବିଭିନ୍ନ ସାଗର ଗୁଡିକ ଖନନ କରାଯାଇଥିଲା , ଜଳ ସେଚନ ସୁବିଧା ସକାଶେ । କିନ୍ତୁ ବର୍ତ୍ତମାନ ସାଗର ଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ଜଳ ଧାରଣ କ୍ଷମତା ହରାଇବା ସହ ସୌନ୍ଦର୍ଯ୍ୟ ମଧ୍ୟ ହରାଇ ବସିଛି । ସେହି ପରି କିଛି ସାଗର ପୁନରୁଦ୍ଧାର ହୋଇ ନ ପାରି ଜଳ ଧାରଣ କ୍ଷମତା ହରାଇଛି ।

Exit mobile version