Site icon Awaj Media

ଗୋପୀନାଥ ଜୀଉଙ୍କ ୧୦୦ କୋଟି ଟଙ୍କା ସମ୍ପତ୍ତି ସୁରକ୍ଷା ପାଇଁ ଅଭିଯୋଗ ଫର୍ଦ୍ଦ ଦାଖଲ କଲେ ପୁରୁଣା ସହର ବାସୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୁରୁଣାସହାର ଗୋପୀନାଥ ମହାପ୍ରଭୁଙ୍କ ୧୦୦ କୋଟି ଟଙ୍କା ମୂଲ୍ୟବାନ ଭୁସମ୍ପତ୍ତି ର ସୁରକ୍ଷା ପାଇଁ ପୁରୁଣା ସହର ବାସୀଙ୍କ ପକ୍ଷରୁ ଆଜି ଏକ ଅଭିଯୋଗ ଫର୍ଦ୍ଦ ନୟାଗଡ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତଙ୍କୁ ରାଜ୍ୟ ହିନ୍ଦୁ ଦେବୋତ୍ତର ଆୟୁକ୍ତ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ଏହି ଅଭିଯୋଗ ଫର୍ଦ୍ଦରେ ଗୋପୀନାଥ ଜୀଉଙ୍କ ଏ ୯. ୪୮ ଡ଼ିସିମିଲ ଜମି ଉପରୁ ଜବରଦଖଲ ଉଛେଦ କରାଯାଉନାହିଁ ଏବଂ ଏହା ପଛରେ କି ରହସ୍ୟ ରହିଛି ବୋଲି ପୁରୁଣାସହର ବାସୀ ପ୍ରଶ୍ନ ଉଠାଯାଇଛି l ଗୋପୀନାଥ ଜୀଉଙ୍କ ଏହି ମୂଲ୍ୟବାନ ଜମି ଯାହାକି କଲେଜ ସଂଲଗ୍ନ କାଜୁ ପଡିଆ ସମେତ ଅନ୍ୟାନ୍ୟ ଜମିକୁ ନୟାଗଡ କଲେଜ ଠାରୁ ଜବରଦଖଲ ଉଛେଦ କରିବା ପାଇଁ ତତ୍କାଳୀନ ଉପ ଜିଲ୍ଲାପାଳ ମାନସ ରଞ୍ଜନ ଦେବତା ଏବଂ ଦିଲ୍ଲୀପ କୁମାର ସାହୁ ହିନ୍ଦୁ ଦେବୋତ୍ତର ଆୟୁକ୍ତ ଙ୍କ ଅଦାଲତରେ ଦୁଇଟି ପୃଥକ ପୃଥକ ମାମଲା ଦାଏର କରିଥିଲେ ! ମାତ୍ର ମୋକଦ୍ଦମା ଶୁଣାଣିରେ ବହୁ ବିଳମ୍ବ ସତ୍ୱେ ଏବେ ଏହାର ଶୁଣାଣି କରାଯାଇ ଓଏ କେଶ ନଂ ୧୫୪ / ୨୦୧୬ ମତ୍ତେ ନୟାଗଡ କଲେଜ ଠାରୁ ଏହି ମୂଲ୍ୟବାନ ଜମି ଉପରୁ ବେଆଇନ ଦଖଲ ଉଛେଦ କରାଯାଇ ଗୋପୀନାଥ ଜୀଉଙ୍କ ସମ୍ପତ୍ତି ଭାବେ ନୟାଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀଙ୍କୁ ହସ୍ତାନ୍ତର କରିବା ପାଇଁ ହିନ୍ଦୁ ଦେବୋତ୍ତର ଆୟୁକ୍ତ ସାଧାରଣ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଗତ ୧୨ ଅଗଷ୍ଟ ରେ ଏକ ବିଜ୍ଞପ୍ତି ମନ୍ଦିର ବେଢାରେ ଲଟକା କରି ଆଗାମୀ ୨୬ ଅକ୍ଟୋବର ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ ସମୟ ନିର୍ଘଣ୍ଟ କରିଥିଲେ l ଏହି ଅଭିଯୋଗ ଫର୍ଦ୍ଦ ଦlଖଲ ପ୍ରତିନିଧି ଦଳରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବି ରଣଜିତ ଦାଶ, ସ୍ମୃତି ରଞ୍ଜନ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର, ସୁଭାଶିଷ ପଟ୍ଟନାୟକ ଏବଂ କାହ୍ନା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ !

Exit mobile version