ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନଥିବା ବେଳେ ଚଳିତ ମାସର ପାର୍ବଣର ଭିଡ଼କୁ ଆଖି ଆଗରେ ରଖି କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିନ୍ମୟ ଫାଉଣ୍ଡେସନର ଦିନସଂଖ୍ୟା ୯୨୫ ରୁ ୯୩୦ ପର୍ଯ୍ୟନ୍ତ ଲୋକ ମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଡିସେମ୍ବର – ୩୧ ସମ୍ପର୍କରେ ଅବଗତ କରାଯାଇଥିଲା l ଏତଦଦ୍ଭିନ୍ନ ଲୋକ ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ, ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା l ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ କୁମାର ଜେନା ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
୯୩୧ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

