ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଏଏସ ପାଇଥିବା ବିଶ୍ୱଜିତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ ଖୁସିର ଲହରୀ ଦେଖିବାକୁ ମିଳିଛି । ପିଲାଟି ଦିନରୁ ଅନେକ ସଂଘର୍ଷ କରି ଆସିଥିବା ବିଶ୍ବଜିତ ଆଜି ଏ ସ୍ଥାନରେ ପହଞ୍ଚି ପାରିଛନ୍ତି । ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଛନ୍ତି ବିଶ୍ୱଜିତ, ମା ସ୍ଵର୍ଣ୍ଣଲତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ । ବିଶ୍ୱଜିତ୍ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନଇରି ଗ୍ରାମ ପଞ୍ଚାୟତର ବଡ଼ନଇରି ଗ୍ରାମରେ ଜନ୍ମ ! ଦୁର୍ଭାଗ୍ୟର ବିଷୟ ୧୫ ନଭେମ୍ବର ୨୦୦୧ ରେ ଆର ପାରିକୁ ଚାଲିଗଲେ ବିଶ୍ୱଜିତଙ୍କ ବାପା ବିଜୟ ଦାସ । ସାନ ନଈରୀ ଗ୍ରାମର ଜଣେ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତଙ୍କ ବାପା । ନିଜ ଗାଁ ପାଇଁ ଅନେକ କିଛି ଭଲ କାର୍ଯ୍ୟ କରି ଯାଇଛନ୍ତି ବିଜୟ ଦାସ , ତେଣୁ ତାଙ୍କର ଆଦର୍ଶକୁ ନେଇ କିପରି ନିଜ ଗୋଡ଼ ରେ ଠିଆ ହୋଇ ନିଜର ସ୍ୱପ୍ନକୁ ସାକାର କରିବା ସେ ନେଇ ଅନେକ ସଂଘର୍ଷ କରି ଆଜି ସଫଳତା ହାସଲ କରିଛନ୍ତି ବିଶ୍ୱଜିତ । ବିଶ୍ୱଜିତଙ୍କ ପାଇଁ ଦୁଃଖ ଏତେ ମାତ୍ରାରେ ଥିଲାଯେ କେମିତି କିପରି ପାଠ ପଡ଼ି ମଣିଷ ହେବେ ଓ ସମାଜ ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିବେ । ଘର ଛାଡ଼ି ଅରବିନ୍ଦ ସ୍କୁଲ କାଳୁପଡ଼ାରେ ୨୦୧୨ ରେ ମେଟ୍ରିକ୍ ରେ ୮୯.୬୭%, ୨୦୧୪ରେ ପ୍ରାଣନାଥ କଲେଜ ରେ ଯୁକ୍ତ ଦୁଇ ବିଜ୍ଞାନରେ ୭୦.୩୩%,ପୁଣି ସେହି କଲେଜ ରେ +3 ବିଜ୍ଞାନ ରେ ୨୦୧୮ ରେ ୭୨%, ପରେ ଫକୀର ମୋହନ ବିଶ୍ବ ବିଦ୍ୟାଳୟରେ ୨୦୨୦ ବିଜ୍ଞାନ ରେ ପିଜି କରି ୭୨% ରଖିବା ପରେ ନିଜର ଭବିଷ୍ୟତ କୁ କିପରି ଉଜ୍ବଳ କରିହେବ ସେ ଦିଗରେ ଧ୍ୟାନଦେଇ ଓ ଏ ଏସ ପାଇଁ ଆରମ୍ଭ କରିଥିଲେ ପ୍ରୟାସ ! ଏସବୁ ସଂଘର୍ଷ ପରେ ୨୧ ଅକ୍ଟୋବର ରେ ଭାଇବା ସରିବା ପରେ ଫଳାଫଳକୁ ଅପେକ୍ଷା କରି ଆଜି ସମସ୍ତ ସଂଘର୍ଷର ଫଳ ହାସଲ କରିଛନ୍ତି । ତାଲିକାର ୧୫୧ ନମ୍ବର ରେ ରହିଥିଲେ ବିଶ୍ୱଜିତ । ପରେ ଗାଁରେ ଖେଳି ଯାଇଥିଲା ଖୁସିର ଲହରୀ । କାରଣ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନଇରି ପଂଚାୟତ ର ବଡ଼ ନଇରି ପାଇଁ ଏହା ଥିଲା ଗୌରବ । ଓ ଏ ଏସ ପାଇବା ପରେ ସେ ନିଜ ଗ୍ରାମରେ ଥିବା ବିଭିନ୍ନ ସମସ୍ୟାକୁ କିପରି ଦୂର କରିବା ସହ ଅନେକ କିଛି ଆଶା ରଖିଥିବା କହିଛନ୍ତି ।
ଓଏଏସ ପାଇ ଚିଲିକା ଅଞ୍ଚଳ ପାଇଁ ଗୌରବ ଆଣିଲେ ବଡ଼ନଇରି ଗ୍ରାମର ବିଶ୍ୱଜିତ ଦାସ !!!

