Site icon Awaj Media

ଖଞ୍ଜାସାହିରେ ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ 43 ତମ ଦୁର୍ଗା ପୂଜା ଭଷାଣି ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା 43 ତମ ଦୁର୍ଗାପୂଜା ର ଆଜି ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନବମୀ ପୂଜା ଦିନ ଭକ୍ତଙ୍କ ସକାଶେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ମା ‘ ଙ୍କ ଭଷାଣି ଉତ୍ସବରେ ମାଆଙ୍କୁ ବିଦାୟ ଦେବା ବେଳେ ବାଦ୍ୟ ବାଜଣା ଓ ଡିଜେ ର ତାଳେ ତାଳେ ଯୁବ ଗୋଷ୍ଠୀ ଆନନ୍ଦ ଉତ୍ସ।ହର ସହ ନାଚି ମାଆ ଙ୍କୁ ବିଦାୟ ଦେଇଛନ୍ତି । ତା ସାଙ୍ଗକୁ ଆଦିବାସୀ ନୃତ୍ୟ ର ତାଳେ ତାଳେ ନାଚିବା ସହ ବାଣ ଫୁଟାଇ ବିଦାୟ ଦେଇଥିଲେ । ଭକ୍ତ ଦର୍ଶନ କରିବା ସକାଶେ ସହର ପରିକ୍ରମା କରାଯାଇ ମାଆଙ୍କୁ ବିଦାୟ ଦିଆଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୁତୟନ କରାଯାଇଥିଲା ।

 

Exit mobile version