Site icon Awaj Media

ପୁରପଲ୍ଲୀରେ ଗୌରୀଆମ୍ମା ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏହି ପୂଜା କୃଷି ଭିତ୍ତିକ ପୂଜା ଅଟେ । ଏହି ପୂଜା କଲେ ଫସଲ ଉତ୍ପାଦନ ଭଲ ହୁଏ ବୋଲି ଲୋକ କଥା ରହିଛି । ଗଜପତି ଜିଲ୍ଲା ଏକ ଉପାନ୍ତ ଅଞ୍ଚଳ ହୋଇ ଥିବାରୁ ପଡୋଶୀ ଜିଲ୍ଲା ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ଏହି ପୂଜା ଧୁମଧାମରେ ପାଳିତ ହୋଇଥାଏ । ଏହି ପୂଜା କୁମାର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥାଏ । ଗ୍ରାମରେ ବାଦ୍ୟ ବାଜଣା ସହ ଗୌରୀ ଆମ୍ମାଙ୍କୁ (ହର ପାର୍ବତୀ) ଗ୍ରାମରେ ପରିକ୍ରମା କରାଯାଏ । ଯିଏ ଗୌରୀ ଆମ୍ମା ଙ୍କୁ ମୁଣ୍ଡରେ ଧରି ପରିକ୍ରମା କରିଥାନ୍ତି ସିଏ ଦିନ ସାରା ଉପବାସ ରହିଥାନ୍ତି । ପରିବାରର ମଙ୍ଗଳ, ଧନ ଧ୍ୟାନ୍ୟ, ସନ୍ତାନ ପ୍ରାପ୍ତି ସମୃଦ୍ଧି ସକାଶେ ମାନସିକ କରିଥାନ୍ତି । ମହିଳା ପୁରୁଷ ମାନେ ମଧ୍ୟ ଉପବାସ ରହି ହର ପାର୍ବତୀ ଙ୍କୁ ଧରିବା ସକାଶେ ମାନସିକ କରିଥାନ୍ତି । କିଏ ପାଞ୍ଚ ଦିନ, ସାତ ଦିନ, ତେର ଦିନ, ପନ୍ଦର ଦିନ ପର୍ଯ୍ୟନ୍ତ ରଖନ୍ତି ତ କିଏ ସେହି ଦିନ ହିଁ ଠାକୁରଙ୍କୁ ପରିକ୍ରମା କରାଇ ବିସର୍ଜନ କରିଦିଅନ୍ତି । ପୂଜା ସମୟରେ ବିଭିନ୍ନ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

Exit mobile version