Site icon Awaj Media

ମୁଖ୍ୟ ରାସ୍ତାରେ ଜମୁଛି ବର୍ଷା ଜଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଚଳିତ ମାସ ବର୍ଷା ଲାଗି ରହିଥିବାରୁ ରାସ୍ତାର ଘାଟ ରୁ ଜଳ ନିଷ୍କାସିତ ନ ହୋଇ ଜମି ରହିଥିବାର ଦେଖିବାକୁ ମିଳିଛି । ଏହି ଅପରିଷ୍କାର ଜଳରେ ଲୋକ ଯାତାୟାତ କରୁଛନ୍ତି । ପାଣି ଜମିବା ଦ୍ବାରା ଦୁଇ ଚକିଆ ଚାରି ଚକିଆ ଯାନ ଗଲାବେଳେ ଯାତ୍ରୀ ଙ୍କ ଉପରକୁ ଛିଟୁକୁ ଥିବାର ଦେଖିବାକୁ ମିଳିଛି । ଉପ କାରାଗାର ରାସ୍ତା ପାଖରେ ଦୀର୍ଘ ଦିନ ହେଲା ପାଣି ଜମି ରହୁଛି । ଅପରିଷ୍କାର ପାଣି ରହିବା ଦ୍ବାରା ମଶା ମାଛିଙ୍କର ବଂଶ ବୃଦ୍ଧି ସାଙ୍ଗକୁ ସଂକ୍ରମଣ ରୋଗ ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ସହରର ବିଭିନ୍ନ ରାସ୍ତା ଘାଟ ବର୍ଷାରେ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସହରର ରାସ୍ତା ଘାଟର ଉନ୍ନତି କରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ପୁନରୁଦ୍ଧାର କରି ମରାମତି କଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି !

Exit mobile version