Site icon Awaj Media

ନୂଆଗାଁ ପଞ୍ଚାୟତରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରା ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା, ପୂର୍ବତନ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଏନ୍ ଏ ସି ଉପାଧ୍ୟକ୍ଷ, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ , ୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ, ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା, ଜିଲ୍ଲା ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ନାରୀନେତ୍ରୀ ରୁନୁବାଳା ମହାପାତ୍ର , ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା, ଜିଲ୍ଲା ବିଜେଡ଼ି ସମ୍ପାଦକ ସନ୍ତୋଷ ନାୟକ, ବ୍ଲକ୍ ବିଜେଡ଼ି ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଏକ ବିଶାଳ ବାଇକ୍ ରାଲି ଦ୍ଵାରା ଖାଲମଡା ,ଆମ୍ବଝରି,ନୂଆଗାଁ ଏବଂ କାଚପଲ୍ଲୀ ଗ୍ରାମ କୁ ଯାଇ ଲୋକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ କହିଥିଲେ । ଓଡ଼ିଶାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । ଆଗାମୀ ଦିନରେ ନୂଆଗାଁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ବିଜେଡ଼ି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ ।

Exit mobile version