Site icon Awaj Media

ନୟାଗଡ଼ର ପୁରୁଖା କର୍ମୀଙ୍କ ଉପରେ ପୁନର୍ବାର ଆସ୍ଥା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟ ବିଜୁ ଯୁବ ଜନତା ଦଳର ବିଭିନ୍ନ ଜିଲ୍ଲା ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ତେବେ ନୟାଗଡ଼ ଜିଲ୍ଲାରେ ପୂର୍ବବସ୍ଥା ଜାରି ରହିଛି । କିଞ୍ଚିତ ପରିବର୍ତ୍ତନ ହୋଇଛି । ଲଗାତର ନୟାଗଡ଼ ବ୍ଲକ୍ ବିଜୁ ଯୁବ ଜନତା ଦଳର ଦାୟୀତ୍ୱକୁ ମୁଣ୍ଡରେ ମୁଣ୍ଡାଇଛନ୍ତି ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ନୋତର ପଞ୍ଚାୟତର ଦୁର୍ଯୋଧନ ବେହେରା ! ସୂଚନାନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳ ପକ୍ଷରୁ ସଂଗଠନକୁ ସୁଦୃଢ କରିବା ପାଇଁ ଦଶହରାରେ ଛାମୁଆ କର୍ମୀ ମାନଙ୍କୁ ଭେଟି ଦେଇଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ନୟାଗଡ଼ ବିଧାୟକଙ୍କ ପରାମର୍ଶ କ୍ରମେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରମେଶ କୁମାର ସାହୁ ଶାରଦୀୟ ଦୁର୍ଗାପୂଜାରେ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୮ ଟି ବ୍ଲକ୍, ୧ ଟି ପୌର ପରିଷଦ ଓ ୩ ଟି ବିଜ୍ଞାପିତ ଅଞ୍ଚଳରେ କର୍ମୀମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ଦିଆଯାଇଛି । ତେବେ ନୟାଗଡ଼ ବ୍ଲକ୍ କଥା ଯଦି ଦେଖିବା ତେବେ ଦୁର୍ଯୋଧନ ବେହେରାଙ୍କୁ ପୁଣି ଥରେ ବ୍ଲକ୍ ଯୁବ ସଭାପତି ଦାୟୀତ୍ୱ ଦିଆଯାଇଛି । ଶ୍ରୀ ବେହେରା ଲଗାତର ଭାବେ ୩ ଥର ବ୍ଲକ୍ ସଭାପତି ଦାୟୀତ୍ୱ ଗ୍ରହଣ କରି ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ତେଣୁ ବିଧାୟକ ଡ଼ ସାହୁ ତାଙ୍କ ଉପରେ ପୁଣି ଆସ୍ଥା ରଖି ବ୍ଲକ୍ ଯୁବ ଦଳର ଦାୟୀତ୍ୱ ଶ୍ରୀ ବେହେରାଙ୍କୁ ଦେଇଥିବା ଜଣାପଡିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ବିଜୁ ଯୁବ ଜନତା ଦଳର ବ୍ଲକ୍ ସଭାପତି ଭାବେ ମାନସ ରଂଜନ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ନୟାଗଡ଼ ପୌର ପରିଷଦର ବିଜୁ ଯୁବ ଜନତା ଦଳର ପୌର ସଭାପତି ଭାବେ ସତ୍ୟବ୍ରତ ପଟ୍ଟନାୟକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାପିତ ଭାବେ ପ୍ରଭାତ ଅଧିକାରୀଙ୍କ ଉପରେ ଦାୟୀତ୍ୱ ଦିଆଯାଇଛି । ସେହିପରି ଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ ସଭାପତି ଭାବେ ଜ୍ଞାନପ୍ରଭା ମିଶ୍ର, ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଦାୟୀତ୍ୱ ଦିଆ ଯାଇଥିବା ବେଳେ ପୁଣି ଥରେ ରବିଦ୍ର କୁମାର ଜେନାଙ୍କ ଉପରେ ବିଜୁ ଯୁବ ଦଳର ଉପ ସଭାପତି ଦାୟୀତ୍ୱ ଦିଆଯାଇଛି । ତେବେ ଶ୍ରୀ ଜେନା ଲଗାତର ଭାବେ ୪ ର୍ଥ ଥର ପାଇଁ ବିଜୁ ଯୁବ ଉପ ସଭାପତି ପଦ ସୂଚାରୁ ରୂପେ ଦାୟୀତ୍ୱ ତୁଲାଇଛନ୍ତି । ତେବେ ଏ ସମସ୍ତ ଛାମୁଆ କର୍ମୀ ନୟାଗଡ଼ ବିଧାୟକ ଡ଼ ସାହୁଙ୍କୁ କୃତଜ୍ଞତା ଜଣାଯାଇଛି !

Exit mobile version