ବାଣପୁର ରାଣୀପଡ଼ା ଗ୍ରାମରେ ଶୌଚ ସମୟରେ ଶାଳିଆ ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଶାଳିଆ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ! ମୃତକ ଜଣକ ହେଲେ ସେହି ଗ୍ରାମର ଦିନବନ୍ଧୁ ନାୟକ (୫୧) । ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ରାଣୀପଡ଼ା ଗ୍ରାମର ଦିନବନ୍ଧୁ ନାୟକ ଶୌଚ ହେବା ନିମନ୍ତେ ଶାଳିଆ ନଦୀକୁ ଯାଇଥିଲେ ! କୌଣସି କାରଣ ବଶତଃ ଶୌଚ ହେବା ସମୟରେ ପାଣିରେ ତାଙ୍କ ଗୋଡ ଖସି ଯାଇଥିଲା । ସେଠାରେ ଥିବା ସେ ଗ୍ରାମର କିଛି ଛୋଟ ଛୁଆ ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଖବର ଦେଇଥିଲେ ! ପରିବାର ଲୋକେ ପହଞ୍ଚି ସେଠାରେ ତାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *