Site icon Awaj Media

ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ମହୋତ୍ସବ ୨୦୨୨ ର ଆଜି ଚତୁର୍ଥ ସନ୍ଧ୍ୟା । ଚତୁର୍ଥ ସନ୍ଧ୍ୟାରେ ବାଙ୍କୀ କଚେରୀ ପଡିଆ ଠାରେ ବାଙ୍କୀ ମହୋତ୍ସବର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାଙ୍କୀର ପୂର୍ବତନ ବିଧାୟକ ତଥା ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ ଆଜିର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ବାଙ୍କୀ ବିଜ୍ଞାପିତ ପରିସଦର ଅଧ୍ୟକ୍ଷ ତଥା ମହୋତ୍ସବ କମିଟି ର ଉପ ସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ତଥା ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ। କଟକ ର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରାଧ୍ୟାପକ ତଥା ଚର୍ଚ୍ଚିକା ଭକ୍ତି ସାହିତ୍ୟ ଗବେଷକ ପ୍ରସନ୍ନ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ମହୋତ୍ସବ କମିଟିର ସାଧାରଣ ସଂପାଦକ ଡଃ ଗଣେଶ୍ବର ସ୍ବାଇଁ , ବାଙ୍କୀ ବିଡିଓ କିଶୋର ଚନ୍ଦ୍ର ଦାସ, ମହୋତ୍ସବ କମିଟିର ଉପ ସଭାପତି ସୁବାଷ ସ୍ବାଇଁ, ଗତିକୃଷ୍ଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁବାଷ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କବି କୌଶିକ ନାୟକଙ୍କ ଲିଖିତ ବାଙ୍କୀ ମହୋତ୍ସବ ୨୦୨୨ ପୁସ୍ତକ, ଶଙ୍ଖନାଦ, ଆଦ୍ଯଧାମ ଓ ମହିମାଧର୍ମ, ଏଇ ଆମରୀ ଗାଁ ଟି – ଢଁସର ତାର ନାଁ ଟି ଉନ୍ମୋଚନ କରିଥିଲେ । ସଭା କାର୍ଯ୍ୟ ସମସ୍ତ ହେବା ପରେ ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ମହୋତ୍ସବ ମଞ୍ଚରେ ଓଡିଶାର ସ୍ବନାମଧନ୍ଯା କଣ୍ଠଶିଳ୍ପୀ ଅଶିମା ପଣ୍ଡା ଉପସ୍ଥିତ ରହି ଦର୍ଶକ ମାନଙ୍କୁ ବେଶ ମନୋରଞ୍ଜନ ର ଖୋରାକ ଦେଇଥିବା ବେଳେ ଦର୍ଶକ ମାନେ ସୁନାମଧନ୍ଯା କଣ୍ଠଶିଳ୍ପୀ ଅଶିମା ପଣ୍ଡାଙ୍କ ଗୀତର ତାଳେତାଳେ ବେଶ୍ ଝୁମିଥିବା ଦେଖିବାକୁ ମିଳିଛି । କିନ୍ତୁ ଦୁଖଃ ଓ ପରିତାପର ବିଷୟ ଦୀର୍ଘ ୨୨ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବାଙ୍କୀ ମହୋତ୍ସବ ରେ ପ୍ରେସ୍ ଗ୍ଯାଲେରୀ କରାଯାଇ ନଥିବା ବେଳେ ଚଳିତ ବର୍ଷ ସାମ୍ବାଦିକ ମାନେ ବସିଥିବା ଚେୟାର ରୁ ଉଠି ମଞ୍ଚସ୍ଥ ପ୍ରୋଗ୍ରାମର ଭିଜୁଆଲ ନେଉଥିବା ବେଳେ ଉକ୍ତ ଚେୟାର ଭିଡି ନେଇ ମହୋତ୍ସବ କୁ ଆସୁଥିବା ଅନ୍ୟ ଅତିଥି ମାନଙ୍କୁ ବସାଇବା ବ୍ଯବସ୍ଥା କରାଯାଉଛି ।

Exit mobile version