କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ତଥା ଆଖପାଖ ଅଞ୍ଚଳରେ ଗାଈ ଗୋରୁ ଓ ବୁଲା କୁକୁର ମାନଙ୍କ ପାଇଁ ବହୁ ଦୁର୍ଘଟଣା ଘଟୁଥିବାର ଖବର ସାମନାକୁ ଆସୁଛି । ଏହା ବ୍ୟତୀତ ନିଶା ଦ୍ରବ୍ୟ ସେବନ କରି ଦୁର୍ଘଟଣା ଘଟାଉଥିବାର ମଧ୍ୟ ଖବର ଆସୁଛି ! ମାତ୍ର ଏହାର ସମାଧାନ ପାଇଁ ସରକାରଙ୍କ ତରଫରୁ କଣ ପଦକ୍ଷେପ ନିଆ ଯାଉଛି ? ପୌରପାଳିକା କଣ, ତାଙ୍କ କର୍ତ୍ତବ୍ୟ ଠିକ୍ ରୂପେ ତୁଲାଉଛନ୍ତି ?? ସାଧାରଣ ଜନତାଙ୍କର କଣ କିଛି ଭୁଲ ନାହିଁ ??? କାହିଁକି ପୌରପାଳିକା ତରଫରୁ ଷଣ୍ଢ ଓ ବୁଲା କୁକୁର ମାନଙ୍କର କୌଣସି ବ୍ୟବସ୍ଥା କରାଯାଉନାହିଁ ! ଯାହା ଫଳରେ ବିଭିନ୍ନ ରୋଗ ଓ ଦୁର୍ଘଟଣା ଯୋଗୁଁ ବହୁ ଗୋ ବଂଶଜ ଅକାଳେ ମୃତ୍ୟୁ ବରଣ କରୁଛନ୍ତି !! ସମ୍ପ୍ରତ୍ତି ବହୁ ସାମାଜିକ ସଂଗଠନ ତରଫରୁ ଏହିଭଳି ଅସହାୟ ପଶୁ ମାନଙ୍କ ଚିକିତ୍ସା କରିବା ସହିତ ତାଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରଯାଇଛି । ଏହି ପଶୁ ମାନଙ୍କର ଥଇଥାନ ବ୍ୟବସ୍ଥା କରାଗଲେ, ବହୁ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ । କିନ୍ତୁ ଦୁଃଖର ବିଷୟ ଯେ, ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ ।
ମହାଦେବ ଷଣ୍ଢ ସେବାଶ୍ରମ ଦୀର୍ଘ ଦିନରୁ ସିସୋର ଅଞ୍ଚଳରେ ଏକ ଷଣ୍ଢ ଆଶ୍ରମ କରି ଦୁର୍ଘଟଣା ଗ୍ରସ୍ତ ଆହାତ ଗୋ ବଂଶଜଙ୍କ ଚିକିତ୍ସା କରି ଆସୁଛି । ଆଜି ପର୍ଯ୍ୟନ୍ତ ବହୁ ଆହାତ ଷଣ୍ଢ ମାନଙ୍କୁ ଏହି ଆଶ୍ରମର ସଦସ୍ୟ ମାନେ ଚିକିତ୍ସା କରିବା ସହିତ, କିଛି ଆହତ ଷଣ୍ଢ ମାନଙ୍କୁ ଆଶ୍ରମରେ ରଖି ସେବା କରୁଛନ୍ତି । ମାତ୍ର ଦୁଖର ବିଷୟ ଯେ, ଐତିହାସିକ ବାଲିଯାତ୍ରା ପାଇଁ ଏହି ଆଶ୍ରମକୁ ଏବେ ପ୍ରଶାସନ ଭାଙ୍ଗିବା ପାଇଁ ନୋଟିସ ଜାରି କରିଛନ୍ତି । ପ୍ରଶାସନ ତରଫରୁ କୌଣସି ସ୍ଥାୟୀ ସମାଧାନ ବା ଥଇଥାନ ବ୍ୟବସ୍ଥା ନକରି, ଆଶ୍ରମକୁ ସ୍ଥାନାନ୍ତର କରାଇବା ପାଇଁ ନିର୍ଦ୍ଦେଶ, ଆଶ୍ରମର ସଦସ୍ୟ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଯଦି ସରକାର ଏହି ଆଶ୍ରମର ସ୍ଥାୟୀ ବ୍ୟବସ୍ଥା କରିଥାନ୍ତେ, ତେବେ ଏହି ଆଶ୍ରମର ସଦସ୍ୟ ମାନେ ଚିକିତ୍ସା କରିବା ପାଇଁ ସମର୍ଥ ହେବେ ବୋଲି ଅଭିଯୋଗ କରିଛନ୍ତି । ତେବେ କେବେ ସରକାର ଓ ପ୍ରଶାସନ ଏହି ଗୋବଂଶଙ୍କ ସୁରକ୍ଷା ଓ ଥଇଥାନ ପାଇଁ ସ୍ଥାୟୀ ସମାଧାନ କରିବେ ତାହା ଏବେ ଦେଖିବାକୁ ବାକି ରହିଲା ।

