Site icon Awaj Media

ମହାନଦୀରେ ପୂର୍ଣ୍ଣମୀ ଆଳତୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ଗଡଗଡିଆ ଘାଟ ଠାରେ ମହାନଦୀ ପୂଜନ କମିଟି, କଟକ ପକ୍ଷରୁ ପୂର୍ଣ୍ଣମୀ ତିଥିରେ ଷଷ୍ଠ ତମ ମହାନଦୀ ଆଳତୀ ଅନୁଷ୍ଠିତ ହୋଇଥିଲା । ଏହି କମିଟି ଦ୍ବାରା ପ୍ରତ୍ୟେକ ପୂର୍ଣ୍ଣମୀ ତିଥିରେ ୧୦୮ ଆଳତୀ ବର୍ଷ ତମାମ ହେବାକୁ ସ୍ଥିର କରାଯାଇଛି । ପ୍ରକାଶ ଥାଉକି ମହାନଦୀର ଓଡ଼ିଶା ର ବଡ଼ ନଦୀ ତଥା ଜନ ଜୀବନ ସହିତ ନିତ୍ୟ ପ୍ରତେୟ ଜଡ଼ିତ, ଚାଷ ଓ ପାନୀୟ ଜଳ ଯୋଗାଣରେ ଏହି ନଦୀର ଅବଦାନ ମା ପରି , ଏଣୁ ମହାନଦୀର ସୁରକ୍ଷା ସହିତ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଓଡ଼ିଶାର ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମହାନଦୀ ପୂଜନ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କମିଟିର ସମସ୍ତ ସଭ୍ୟ ଏବଂ କଟକର ବିଭିନ୍ନ ସାମାଜିକ ସଂଗଠନ ମାନେ ପରିଚାଳନା କରିଥିଲେ। କଟକର ମୂରବୀ, ବୁଦ୍ଧିଜୀବି ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ ।

Exit mobile version