କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ କେନ୍ଦ୍ର କରି ପାନୀୟ ଜଳ କଷ୍ଟ ରେ ତର୍ଜଙ୍ଗା ଗ୍ରାମବାସୀ l ସୂଚନା ମୁତାବକ ଲଷ୍ମୀନାରାୟଣ ପୁର ପଞ୍ଚାୟତ ତରଜଙ୍ଗା ଗ୍ରାମର ସେଠି ସାହିରେ ଏକ ନଳକୂପ ଦୀର୍ଘ 10 ଦିନ ଧରି ଅଚଳାବସ୍ଥାରେ ପଡି ରହିଥିବାର ସରପଞ୍ଚ ଙ୍କୁ ଜଣାଇଥିଲେ ! ହେଲେ ସରପଞ୍ଚ କହିଲେ ନିର୍ବାଚନ ରେ ଭୋଟ ଦେଇ ନାହଁ ତେଣୁ ମୁଁ କିଛି କରିପାରିବି ନାହିଁ ! ସରପଂଚଙ୍କ ଏପରି ବୟାନ ସମ୍ପର୍କରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ l ସବୁଠାରୁ ବଡ଼ କଥା ହେଉଛି ସେହି ଗ୍ରାମର ଏହି ନଳକୂପ ଉପରେ 300 ରୁ ଉର୍ଦ୍ଧ ଲୋକେ ନିର୍ଭର କରିଥାନ୍ତି l ଯାହାକୁ ନେଇ ଆମେ ଖବର ସଂଗ୍ରହ କରିବାକୁ ଯାଇ ସରପଞ୍ଚ ଙ୍କ ପ୍ରତିକ୍ରିୟା ଲୋଡ଼ିଥିଲୁ l ହେଲେ କ୍ୟାମେରା ସମୁଖ ରେ କୌଣସି ପତିକ୍ରିୟା ରଖିବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ବେଳେ ତୁରନ୍ତ ଏହାର ମରାମତି କାର୍ଯ୍ୟ ସମ୍ପୂର୍ଣ କରିବାକୁ ଦେଇଛନ୍ତି ପ୍ରତିଶୃତି l ଏବେ ଦେଖିବାର ବାକି ରହିଲା ସରପଞ୍ଚ ନିଜର ପ୍ରତିଶୃତି କେବେ ରକ୍ଷା କରୁଛନ୍ତି l
ଅଚଳାବସ୍ଥାରେ ନଳକୂପ, ଜଳ କଷ୍ଟରେ ଗ୍ରାମବାସୀ !!!

