Site icon Awaj Media

ବାଲୁଗାଁ ପାଟଣାସାହିରେ ମହା ଆଡମ୍ବର ରେ ମିଳନ ପର୍ବ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା ‘ ଗଜଲକ୍ଷ୍ମୀଙ୍କ ପୂଜା ସମୟରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଏନ.ଏ ସି.ର ପାଟଣା ସାହିରେ ପୂଜା କମିଟି ତରଫରୁ ବିଷ୍ଣୁ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ବାଲୁଗାଁ ଅଞ୍ଚଳର ଶ୍ରୀ ରାଧାଗୋବିନ୍ଦ ଦେବ ବିଜେ କୁଲାକୁଣ୍ଢେଇ ନୂଆଗାଁ , ଶ୍ରୀ ଶ୍ରୀ ଭାଗବତ ଦେବ ବିଜେ ନିମିକ୍ଷେତା, ଶ୍ରୀ ଶ୍ରୀ ଦଧିବାମନ ଦେବ ବିଜେ ସାମନ୍ତରାପୁର , ହନୁମାନ ପରିବା ବ୍ୟବସାୟୀ ସଂଘର ଶ୍ରୀ ଶ୍ରୀ ରଘୁନାଥ ଦେବ, ଶ୍ରୀ ଶ୍ରୀ ରାଧାକୃଷ୍ଣ ଦେବ ବିଜେ ପାଟଣା ସାହି, ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ ବିଜେ ପାଟଣା ସାହିଙ୍କ ସମେତ ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ ଏକ ମିଳନ ଉତ୍ସବ ହୋଇଥିଲା ! ଏଥିରେ ଠାକୁର ଓ ଠାକୁରାଣୀ ଙ୍କୁ ପରିକ୍ରମା ସମୟ ରେ ଘଣ୍ଟର ତାଳେ ତାଳେ ଖୋଳ ଝାଞ୍ଝ କୀର୍ତ୍ତନରେ ଫାଟି ପଡୁଥିଲା ଗାଁ ଦାଣ୍ଡ, ଶ୍ରଦ୍ଧାଳୁ ମାନେ ଠାକୁର ଙ୍କୁ ବାଲୁଗାଁ ବଜାର ପରିକ୍ରମା କରି ପାଟଣାସାହି ସ୍ଥିତ ମଣ୍ଡପକୁ ପାଛୋଟି ନେଇଥିଲେ।

ଅପରାହ୍ନ ରେ ୬ ଗୋଟି ବିଷ୍ଣୁଙ୍କ ବିରାଜମାନ ଚଉଦଳ ବିମାନ ସହ ପାଟଣାସାହିର ପ୍ରସିଦ୍ଧ କାଠି ଠାକୁରାଣୀ ମା ଜାଗୁଳାଇଙ୍କ ମିଳନ ଉତ୍ସବରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥିଲା l ଏହି ଅବସରରେ ହରିନାମ ସଂକୀର୍ତ୍ତନ ପାଇଁ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଗଡ , ପାରାଦ୍ଵୀପ ଏବଂ ବାଣପୁର ପଙ୍କାଳ ଗ୍ରାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମାନେ ୨୪ ପ୍ରହର ନାମ ଯଜ୍ଞ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ସମସ୍ତ ଭକ୍ତ ଓ ଅlବାଳବୃଦ୍ଧ ବନିତା ଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ! ଠାକୁର ଙ୍କ ବିରାଜମାନ ଆସ୍ଥାନରେ ହରିହାଟ ବା ୬୪ ବ୍ରାହ୍ମଣ ପଣ୍ଡିତ ଭାଗବତ ଗୀତାକୁ ପାଠ ପରେ ମେଳନ ପର୍ବ ମହା ଆଡମ୍ବର ସହ ସମାପନ କରାଯାଇଥିଲା । ଏହି ଉତ୍ସବ ରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ, ଭକ୍ତଙ୍କ ଅହେତୁକ ଆଗମନକୁ ନଜରରେ ରଖି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ବାଲୁଗାଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା ।

Exit mobile version