Site icon Awaj Media

ଡାଳତୋଳା ଗଜଲକ୍ଷ୍ମୀ ମହୋତ୍ସବର ପଞ୍ଚମ ସନ୍ଧ୍ୟା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ବଜାର କମିଟି ପକ୍ଷରୁ ଗଜଲକ୍ଷ୍ମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ମହୋତ୍ସବର ପଞ୍ଚମ ଦିନରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ସମାଜସେବୀ ମୀରା ପରିଡା ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ ମୁଖ୍ୟବକ୍ତା, ଗଡ଼ମାଣିତିର ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିପ୍ରଭା ପରିଡା, ସମାଜସେବୀ ସଂଗ୍ରାମ କେଶରୀ ସାମନ୍ତରାୟ , ପରମାନନ୍ଦ ସାହୁ, ଟୁଟୁ ପାଇକରାୟ, ବିଶ୍ଵଜିତ ପ୍ରଧାନ, ସ୍ଥାନୀୟ ନାଏବ ସରପଞ୍ଚ ଦୁଃଖିଶ୍ୟାମ ଦଳାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ ହେଉଛି ଏକ ଗଣ ପର୍ବ ବୋଲି ଅତିଥି ମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ରତିକାନ୍ତ କହଲସିଂହ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମିନାକ୍ଷୀ ଡ୍ୟାନ୍ସ ଗୃପ ଓ ବେଗୁନିଆ ଜୟ ଦୁର୍ଗା ଡ୍ୟାନ୍ସ ଗୃପ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version