ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରତି ବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ପାଳିତ ହୁଏ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ମଧ୍ୟ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ରୋମାଞ୍ଚଳ ଖମାରି , ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ସମ୍ମାନିତ ଅତିଥି ରୂପେ ଆସନ ଅଳଙ୍କୃତ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଗଜପତି ଡା. ଗିରୀଶ କୁମାର ମହାନ୍ତି ସଭାପତି ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଡା ଦିଗମ୍ବର ନାୟକ ଯୁଗ୍ମ ନିର୍ଦେଶକ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା ସରକାର ତଥା ଜିଲ୍ଲା ନୋଡାଲ ଅଧିକାରୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ତଥା ସଭାପତି ପ୍ରଥମେ ବିଶ୍ଵ ଅଣ୍ଡା ଦିବସର ମହତ୍ଵ ଓ ଅଣ୍ଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ପରେ ମୁଖ୍ୟ ଅତିଥି ଅଣ୍ଡାର ଆବଶ୍ୟକତା ଓ ଅଣ୍ଡା ଉତ୍ପାଦନରେ ପ୍ରାଣୀ ଚିକତ୍ସା ବିଭାଗର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ମହୋଦୟ ଅଣ୍ଡା ଉତ୍ପାଦନ ଓ ଚାଷୀ ମାନଙ୍କ ଆୟ ବୃଦ୍ଧିରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ତଥା ଅନ୍ୟ ପ୍ରଗତିଶୀଳ ଚାଷୀ ମାନଙ୍କୁ କୁକୁଡା ଓ ବତକ ଅଣ୍ଡା ଉତ୍ପାଦନରେ ଅନନ୍ୟ ଭୂମିକା ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରୂପେ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କାରାଯାଇଥିଲା । ସେମାନେ ହେଲେ – ଆଲ୍ଫା ସ୍ଵୟଂ ସହାୟକ ଗୋଷ୍ଠୀ (୧୦୦୦ ଗୋଟି ମାଂସାଳ କୁକୁଡା) – ଗୋଶାଣି , ଶ୍ରୀ ବିନାୟକ ସ୍ଵୟଂ ସହାୟକ ଦଳ (୨୦୦ ଗୋଟି ଅଣ୍ଡା ଦିଆ କୁକୁଡା) – କାଶିନଗର , ଆରନ୍ତି ଗମାଙ୍ଗୋ (କ୍ଷେତ ପୋଖରୀରେ ୫୦ ଗୋଟି ବତକ ପାଳନ) – ଗୁମ୍ମା , ବିଜୟଲକ୍ଷ୍ମୀ ସଞ୍ଚୟ ଦଳ (୨୦୦ ଗୋଟି ଅଣ୍ଡା ଦିଆ କୁକୁଡା) – ରାୟଗଡ଼ , ମାନସ ରଞ୍ଜନ ପାତ୍ର ( ଚିଆଁ ପାଳନ କେନ୍ଦ୍ର) – ନୂଆଗଡ , ମା ସିଦ୍ଧେଶ୍ଵରୀ ସ୍ଵୟଂ ସହାୟକ ଦଳ (୨୦୦ ଗୋଟି ଅଣ୍ଡା ଦିଆ କୁକୁଡା) – ମୋହନା , ରାଜୁ ମଲ୍ଲିକ (୧୦୦୦ ଗୋଟି ଅଣ୍ଡା ଦିଆ କୁକୁଡା) – ମୋହନା ! ମୁଖ୍ୟ ବକ୍ତା ଆଜିର ଦିବସର ପ୍ରାସଙ୍ଗିକତା ଓ ଗଜପତି ଜିଲ୍ଲା ଅଣ୍ଡା ଉତ୍ପାଦନରେ ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଡା ବିଧୁତ ଶେଖର ମିଶ୍ର, ଇଉପିଏ ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ପାରଳାଖେମୁଣ୍ଡି ଓ ଡା ଶ୍ରୀକାନ୍ତ ଖଟୁଆ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ରୋଗ ନିୟନ୍ତ୍ରଣ) ବିଶ୍ଵ ଅଣ୍ଡା ଦିବସ ଉପଲକ୍ଷେ ନିଜର ସ୍ଵରଚିତ କବିତା ପଠନ କରିଥିଲେ ସର୍ବଶେଷରେ ଡା ରଶ୍ମିତା ପଣ୍ଡା ଭିଏଏସ ମୋହନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡା ଅଭିଜିତ ମିଶ୍ର ପ୍ରାଣୀ ଚିକିତ୍ସକ, ଉପଲଡା, ଡା ରମାକାନ୍ତ ରଣା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା ପ୍ରଶାନ୍ତ କୁମାର ସାମଲ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା ନାରାୟଣ ମହାପାତ୍ର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣିଧନ ଉତ୍ପାଦନ) କାର୍ଯ୍ୟ କ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

