Site icon Awaj Media

ଖବର ପ୍ରସାରଣ ପରେ ହଟିଲା ଅଳିଆ : ସ୍ୱାଭାବିକ ରୂପକୁ ଫେରିଲା ବିଦ୍ୟାଳୟ ସାମ୍ନା ଭାଗ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମସ୍ତେ ଦେଖୁଥିଲେ । କିନ୍ତୁ କେହି ପ୍ରତିବାଦ କରୁନଥିଲେ । ଧଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଚୀର କଡରେ ଉଭୟ କଳାପଥର ଏବଂ ଧଳାପଥର ବ୍ୟବସାୟ ଦୋକାନୀ ମାନଙ୍କର ଅଳିଆ ପଡି ରହୁଥିଲା । ଯେହେତୁ ତାହା ସର୍ବସାଧାରଣ ସ୍ଥାନ , ଦୁର୍ଗନ୍ଧରେ ଫାଟି ପଡୁଥିଲା ପୁରା ଅଞ୍ଚଳ । କୁଢୁ କୁଢୁ ଅଳିଆ ଗଦା ପାଇଁ ରାସ୍ତା ସଂକୁଚିତ ହେଉଥିଲା ! ପରିବେଶ ମଧ୍ୟ ଅସ୍ବସ୍ଥିକର ହେଉଥିଲା । ସର୍ବପ୍ରଥମେ ଆୱାଜ ମିଡିଆରେ ଚାରି ମାସ ତଳେ ଏକ ଖବର ପରିବେଷଣ କରି ସ୍କୁଲ କର୍ତ୍ତୁପକ୍ଷ ଏବଂ ଧଳାପଥର ସରପଞ୍ଚ ଓ ବଣିକ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ ଆମ ପ୍ରତିନିଧି ସୁବ୍ରତ କୁମାର ନାୟକ । ଯାହାହେଉ କିଛି ଦିନ ହେବ ସେଠାରେ ପଡିଥିବା ନବେ ରୁ ଅଧିକ ଟ୍ରାକ୍ଟର ଆବର୍ଜନା ଜେସିବି ମାଧ୍ୟମରେ କଢାଯାଇ ସଫା କରାଯାଇଛି । ଅନାବନା ଗଛକୁ ହଣାଯାଇ ସମଗ୍ର କାନ୍ଥକୁ ପଲସ୍ତରା କରାଯାଉଛି । ଆଗକୁ ସେହି ସ୍ଥାନରେ ଫୁଲଗଛ ଲଗାଇ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପରିକଳ୍ପନା ରହିଛି ! ହେଲେ ବିଦ୍ୟାଳୟକୁ ନେଇ ଯେଉଁ ଘଟଣା ଏବେ ଆଲୋଚନାର ଆଗରେ , ତାହା ହେଉଛି 5T ଯୋଜନାରେ ଟଙ୍କା ଆସି କାମ ହେବା କେବଳ ଠିକାଦାର ପୋଷଣ ନୀତି , କିନ୍ତୁ ଶିକ୍ଷୟିତ୍ରୀ ଅଭାବରୁ ବିଦ୍ୟାଳୟରେ ଦେଖା ଦେଇଛି ତାଲା ପଡିବା ସଙ୍କଟ !

Exit mobile version