Site icon Awaj Media

ସରିଲା ମହୋତ୍ସବ : ବଢ଼ିଲା ଚର୍ଚ୍ଚା ଆଲୋଚନା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଜନଗହଳି ରେ ଫାଟି ପଡୁଥିଲା ବାଙ୍କୀ କଚେରୀ ପଡିଆ ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ବାଙ୍କୀ ମହୋତ୍ସବ 2022 ପାଞ୍ଚ ଦିନ ଧରି ବେଶ ଧୂମଧାମ ରେ ଚାଲିଥିଲା ! ବହୁ ଆଡମ୍ବର ଓ ଶାନ୍ତି ଶୃଙ୍ଖଳାରେ ମହୋତ୍ସବ ପାଳିତ ହୋଇଥିବା କଥା କମିଟିର କର୍ମକର୍ତ୍ତା କହୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଘଟିଥିବା ଅନେକ ଘଟଣାକୁ ନେଇ ଚାଲିଛି ଆଲୋଚନା ! ପ୍ରତ୍ୟେକ ଦିନ ବାଙ୍କୀ ତଥା ଆଖପାଖ ଅଞ୍ଚଳର ହଜାର ହଜାର ସାଂଖ୍ୟ ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ମହୋତ୍ସବ ବୁଲି ଦେଖିବା ସହିତ ବିଭିନ୍ନ ଦୋଳି ଖେଳର ମଜା ନେଇଥିଲେ। ପ୍ରତ୍ୟହ ସନ୍ଧ୍ୟାରେ ଶାସକ ଦଳର ବିଭିନ୍ନ ବିଧାୟକ ଓ ମନ୍ତ୍ରଙ୍କ ଆଗମନ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ମହୋତ୍ସବ କୋଭିଡ଼ କଟକଣା ପରେ ବହୁ ଆଡମ୍ବର ସହିତ ଆରମ୍ଭ ହୋଇଥିବା ସତ୍ତ୍ଵେ ମହୋତ୍ସବ ରେ କେବଳ ପ୍ରଥମ ଦିବସରୁ ଆରମ୍ଭ କରି ଅନ୍ତିମ ଦିବସ ପର୍ଯ୍ୟନ୍ତ ଗଣମାଧ୍ୟମ ପ୍ରତନିଧି ମାନଙ୍କୁ ଚେୟାର ଖଣ୍ଡ ମିଳୁ ନଥିଲା । ବାଙ୍କୀ ମହୋତ୍ସବ ଦାୟିତ୍ୱରେ ଥିବା କମିଟି ସଦସ୍ୟ ଙ୍କ ମାନମାନି ନଚେତ୍ ନିଜର ଆତ୍ମଗର୍ବ ର ଅହଙ୍କାର ଦୃଷ୍ଟିରୁ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଥିବା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବାଙ୍କୀ ମହୋତ୍ସବ ପଡିଆରେ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ଷ୍ଟଲ ପଡ଼ିଥିବା ବେଳେ ମାତ୍ର ତିନି ଚାରୋଟି ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ଦେଖିବାକୁ ମିଳିଥିଲା । ନିଜ ହାତ ପ୍ରସ୍ତୁତ ସାମଗ୍ରୀ ନଥିବା ବେଳେ ବାହାରୁ କିଣି ଆଣି ଷ୍ଟଲ ପକାଇଥିଲେ । ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ସହାୟତା କରୁଛନ୍ତି ତାହା କାହା ସ୍ୱାର୍ଥରେ । ବିଭାଗୀୟ ଅଧିକାରୀଙ୍କ ନା ଆଉ କାହା ସ୍ୱାର୍ଥରେ ।

Exit mobile version