Site icon Awaj Media

ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ ମହା ସମାରୋହରେ ପାଳିତ ହେଇଯାଇଛି । ଉତ୍ସବ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସ୍ବାଗତ ଉତ୍ସବର ମହତ୍ବ ଓ ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ।ପରେ ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ଦ୍ବାରା ନିଜ ପରିଚୟ ପ୍ରଦାନ ସହ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ସହ ବନ୍ଧୁମିଳନର ଆୟୋଜନ କରାଯାଇଥିଲା ଏବଂ ଶେଷରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ବରିଷ୍ଠ ପ୍ରାଧ୍ୟାପିକା ଡ. ମନସ୍ବିନୀ ଦାସ, ଡ. ମହେନ୍ଦ୍ର ରଇତ, ଡ. ନୃସିଂହ ପାଣିଗ୍ରାହୀ, ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ବିଶେଷ ସହଯୋଗ ରହିଥିଲା ।

Exit mobile version