Site icon Awaj Media

୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡ଼ି ଖଣି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ କଉଡ଼ି ଖଣି ଛକ ନିକଟରେ ଘଟି ଯାଇଛି ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ବଡ ପଦର ଗ୍ରାମର ମୋହନ ପଲାଇ (୨୪) । ସୂଚନା ମୁତାବକ ଆଜି ଭୋର ସମୟରେ ନାଚୁଣୀ ବଡ ପଦର ଗ୍ରାମର ସ୍ୱର୍ଗତ ବ୍ରଜ ପଲାଇ ଙ୍କ ପୁଅ ମୋହନ ପଲାଇ କୌଣସି ଏକ କାମ ପାଇଁ ନିଜ ଗ୍ରାମରୁ ସ୍କୁଟି ଯୋଗେ ବାହାରକୁ ଯାଉଥିଲେ ! ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡ଼ି ଖଣି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ପଛପଟୁ ଶକ୍ତ ଧକ୍କା ଦେଇ ଚାଳିଶି ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା , ଫଳରେ ମୋହନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଶରୀରରୁ ଅଲଗା ହୋଇଯାଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l ଦୁର୍ଘଟଣା ଘଟାଇ ଅଜଣା ଗାଡ଼ିଟି ଫେରାର ହୋଇ ଯାଇଥିଲା । ଏହି ଘଟଣା ଟି ଘଟିବା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସେହି ରୋଡ଼ ରେ ଯାଉଥିବା ଗାଡି ମୋଟର କୁ ଜାମ କରି ଅଟକାଇ ରଖିଥିଲେ । ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଶବ ବ୍ୟବଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହି ଘଟଣା ଶୁଣି ବଡ ପଦର ଗ୍ରାମରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ ।

Exit mobile version