Site icon Awaj Media

ଉଦଯାପିତ ହେଲା ଡାଳତୋଳା ଗଜଲକ୍ଷ୍ମୀ ମହୋତ୍ସବ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ବଜାର କମିଟି ପକ୍ଷରୁ ଗଜଲକ୍ଷ୍ମୀ ମହୋତ୍ସବ ଶନିବାର ସନ୍ଧ୍ୟାରେ ଶାନ୍ତିଶୃଙ୍ଖଳା ସହିତ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଉତ୍ସବରେ ବଜାର କମିଟି ସଭାପତି ରୁସ୍ତମ ଖାଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ ମୁଖ୍ୟବକ୍ତା, ପୂର୍ବତନ ବଜାର କମିଟି ସଭାପତି ଧୂଳିରାମ ସାହୁ, ରତିକାନ୍ତ କହଲଲସିଂହ, ସ୍ଥାନୀୟ ପ୍ରଧାନ ଉପଦେଷ୍ଟା ନିରଞ୍ଜନ ସାମନ୍ତ ସିଂହାର, ସମ୍ପାଦକ ଅଭୟ କୁମାର ସିଂହ, ପୂର୍ବତନ ପ୍ରଧାନ ଶିକ୍ଷକ ଦେବରାଜ ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ମାଟି ମା କୁ ସମ୍ମାନ ଦେଇ କଳା ଓ ସଂସ୍କୃତି ଗୋଟିଏ ଜାତିର ପରିଚୟ ଦେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଜଗଦେଵ ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ ଓ ଗଣେଶ ସାହୁଙ୍କ ଯୁଗ୍ମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସତ୍ୟଜିତ ଓ ଅର୍ପିତା ଙ୍କ ଦ୍ଵାରା ସମ୍ବଲପୁରୀ ଦୁଲଦୁଲ୍ଲୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ଜଗଦେଵ ଓ ଜିଲ୍ଲା ପରିଷଦ ସଭ୍ୟ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ଦୀର୍ଘ ଦୁଇ ବର୍ଷର କଟକଣା ପରେ ଚଳିତ ବର୍ଷ ଆୟୋଜିତ ଏହି ମହୋତ୍ସବରେ ଭରପୁର ମଜା ଉଠାଇଥିଲେ ଦର୍ଶକ !

Exit mobile version