Site icon Awaj Media

ସରିଲା ଦଶହରା ଛୁଟି : ନଦୀ ପାର ହୋଇ କଲେଜ ଯାଉଛନ୍ତି ଛାତ୍ର ଛାତ୍ରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦଶହରା ଛୁଟି ପରେ ସ୍କୁଲ କଲେଜ ଖୋଲିଛି । କିନ୍ତୁ ଲଗାଣ ବର୍ଷା ରେ ନଦୀର ଜଳ ସ୍ତର ବଢି ଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ କଲେଜ ଯାଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର 2 କିଲୋମିଟର ନିକଟରେ ଥିବା ହରଭାଙ୍ଗୀର ନଦୀ ଜଳ ସ୍ତର ବଢି ଯାଇଥିବାରୁ ବଢ଼େଇପୁର ଗାଁର କଲେଜ ଛାତ୍ରଛାତ୍ରୀ ମାନେ ପାର ହୋଇ ନପାରି ଘରକୁ ଫେରି ଯାଇଛନ୍ତି । ବର୍ଷା ଦିନରେ ସମସ୍ତ କ୍ଷେତ୍ରରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ସମେତ ମେଡ଼ିକାଲ ଓ ବଜାର ହାଟ ପାଇଁ ଏହି ଭଳି ସମସ୍ୟା ଭୋଗୀ ଆସୁଛନ୍ତି ଛାତ୍ରଛାତ୍ରୀ ଓ ବଢ଼େଇପୁର ଗ୍ରାମବାସୀ !

Exit mobile version