Site icon Awaj Media

ଭାରତୀୟ କିସାନ ସଂଘ, ଓଡ଼ିଶାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସଦର ବୟାଳିଶି ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ମୌଜାର ବଟର ଫ୍ଲାଏ କଲ୍ୟାଣ ମଣ୍ଡପ ସଭାଗୃହରେ ଭାରତୀୟ କିସାନ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସର୍ବ ଭାରତୀୟ ସଭାପତି ବଦ୍ରିନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଅକ୍ଟୋବର ୧୫ ଓ ୧୬ ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ରିୟ ନାୟକଙ୍କ ସଭାପତିତ୍ବରେ ଏହି ବୈଠକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଚାଷୀ ଭାଇ ଓ ଅଞ୍ଚଳର ବହୁ ଚାଷୀ ଭାଇମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ମନୋମୁଖୀ ଚାଷିମାରଣ ନୀତିକୁ ବିରୋଧ କରିବା ସହ ଭାରତୀୟ କିସାନ ସଂଘର ଆସନ୍ତା ନଭେମ୍ବର ମାସରୁ ଦୀର୍ଘ ଛ ମାସ ପର୍ଯ୍ୟନ୍ତ “ବଳରାମ ରଥ” ତିନୋଟି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସାହି ପରିକ୍ରମା କରିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଚାଷ ପାଇଁ ଆବଶ୍ୟକ ଉପକରଣ ଉପରେ ଜିଏସଟି ଛାଡ, ସରକାରଙ୍କ ମୋଟରଯାନ ଆଇନ ଅନୁଯାୟୀ ଚାଷରେ ବ୍ୟବହୃତ ଯାନବାହାନ ଗୁଡ଼ିକ ୧୫ ବର୍ଷ ପରେ ପୁନଃ ନବୀକରଣ , ଚାଷଜାତ ସାମଗ୍ରୀ ମାନଙ୍କର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ ଓ ଚାଷୀ ମାନଙ୍କୁ ବିନା ସୁଧରେ କୃଷି ଋଣ ଯୋଗାଇ ଦେବା ଉପରେ ସରକାରଙ୍କ ନିକଟରେ ଦାବୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସଭାରେ ପୂର୍ବ ଓ ଉତ୍ତର ପୂର୍ବ କ୍ଷେତ୍ର ସଂଗଠନ ସମ୍ପାଦକ ଶ୍ରୀନିବାସ ଜୀ, ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କେଦାର ଚନ୍ଦ୍ର ମିଶ୍ର, କଟକ ଜିଲ୍ଲା ସମ୍ପାଦକ ଦେବୀ ପ୍ରସାଦ ପତି, ନିରଞ୍ଜନ ରାଉଳ, ଗାନ୍ଧି ଗୁରୁ ଦାସ, ସନ୍ତୋଷ ଭୋଇ, ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା, ରବୀନ୍ଦ୍ର ସାହୁ, ଲଲାଟ ଚୌଧୁରୀ, ଜୟ ଜଗନ୍ନାଥ ଜୟ ଶ୍ରୀରାମ, ବିଶ୍ଵନାଥ ଦାସ, ଦୀପକ ଆଚାର୍ଯ୍ୟ, ବାସୁଦେବ ମହାନ୍ତି, ବିବେକାନନ୍ଦ ବେଉରା, ନାରାୟଣ ରାଉତ ଓ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରିଥିଲେ ।

Exit mobile version