Site icon Awaj Media

ବିଶ୍ଵ ଖାଦ୍ୟ ଦିବସ ପାଳିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସବୁଜିମା ର ସ୍ୱର ସାହିତ୍ୟ ପରିବାର ତରଫରୁ ବିଶ୍ଵ ଖାଦ୍ୟ ଦିବସ ଉତ୍କଳମଣି ଗୋପବନ୍ଧୁ ପାର୍କ ପରିସରରେ ପାଳିତ ହୋଇ ଯାଇଛି । ଉକ୍ତ ଅବସରରେ ଉଦଘାଟକ ଭାବେ କଟକ ମେୟର ସୁବାସ ସିଂହ ଯୋଗଦେଇ ସମସ୍ତଙ୍କ ପାଖରେ ଖାଦ୍ୟ ସରକାରୀ ଉଦ୍ୟମରେ କିଭଳି ପହଞ୍ଚି ପାରିବ ଏବଂ କ୍ଷୁଧା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ତରାଇ, ସେକ୍ରେଟାରୀ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡାକ୍ତର ଦୀନବନ୍ଧୁ ମହାରଣା ଔଷଧୀୟ ବୃକ୍ଷର ଉପକାରିତା ଏବଂ ଖାଦ୍ୟ ସୁରକ୍ଷା ଉପରେ ବିଶେଷ ମତ ରଖିଥିଲେ । ସମ୍ମାନିତ ବକ୍ତା ନାରାୟଣ ଚନ୍ଦ୍ର ସେନାପତି ପରିବେଶର ସୁରକ୍ଷା ଉପରେ ଦାର୍ଶନିକ ପ୍ରେରଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ଭାବେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ , ଡ଼କ୍ଟର ସତ୍ୟ ରାୟ, ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ, କାମାକ୍ଷା ପ୍ରସାଦ ମହତାବ, ପଣ୍ଡିତ ନୀଳକଣ୍ଠ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଡ଼କ୍ଟର ରବୀନ୍ଦ୍ର ବିହାରୀ, ବରଦା ପ୍ରସନ୍ନ ଦାସ, ଡ଼ଃ. ଦୀପାୟନ ପଟ୍ଟନାୟକ, ଅଜୟ କୁମାର ପଣ୍ଡା , ଲକ୍ଷ୍ମଣ ସାହୁ ଏବଂ ଡ.ସେକ କଲିମୁଲ୍ଲା ଯୋଗଦେଇ ବିଶ୍ଵ ଖାଦ୍ୟ ସଙ୍କଟ ଏବଂ ଏହାର ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସମସ୍ତ ଅତିଥି ଉତ୍କଳମଣି ଗୋପବନ୍ଧୁ ପାର୍କ ପରିସରରେ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି ପାଇଁ ସ୍ବତନ୍ତ୍ର ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତୀ ରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଳିଶ ଜଣ କବି ଙ୍କୁ ସବୁଜିମା ପାଇଁ ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର କରିଥିବାରୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଦଶ ଜଣ ପରିବେଶବିତ୍ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ପରିପ୍ରକାଶ କରିଥିବାରୁ ଏବଂ ଅଠର ଜଣ ମାଳି କଟକ ସହରରେ ଚାରୋଟି ପାର୍କ ରେ ଦୀର୍ଘ ଦିନ ଧରି ଯୋଡ଼ି ହୋଇ କାମ କରି ସବୁଜିମାର ସାଧକ ସାଜିଥିବା ରୁ ସେମାନଙ୍କୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଆଠଗୋଟି ଆଦର୍ଶ ସାମାଜିକ ସଂଗଠନ ନିଜ ପ୍ରଚେଷ୍ଟାରେ ସବୁଜିମାର ବଳୟ ସୃଷ୍ଟି କରିଥିବାରୁ ସେମାନଙ୍କୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ପଚିଶ ଜଣ କବି ବିଶ୍ଵ ଖାଦ୍ୟ ଦିବସ ଏବଂ ପରିବେଶ ସମ୍ପର୍କିତ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ଉପଦେଷ୍ଟା ବିରେନ୍ଦ୍ର କୁମାର ଜେନା, ଭରତ ମିଶ୍ର , ଚିତ୍ତରଞ୍ଜନ ମହାନ୍ତି ଏବଂ ଉପସଭାପତି ସାଗର କୁମାର ସାମନ୍ତରାୟ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version