କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସହରରେ ମା ‘ ବ୍ୟାଘ୍ରଦେଵୀ କଳା ଓ ସାଂସ୍କୃତିକ ଷରିଷଦ ଏବଂ ୟୁଥ ଓ୍ବାରିଅର ର ମିଳିତ ଆନୁକୁଲ୍ୟରେ ମହାଆଡମ୍ବରରେ ସାମାଜିକ ନାଟକ “ସୁଖ କିଣା ଏଠି ଦୁଃଖ ମାଗଣା” ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଳିକ, ମୂଖ୍ୟ ବକ୍ତା ଭାବେ ବୁଦ୍ଧିଜୀବୀ ପ୍ରଶାନ୍ତ ବେହେରା ଉପସ୍ଥିତ ରହି କଳା କୁ ବଞ୍ଚାଇ ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ନମିତା କହଁର, ସରପଞ୍ଚ କୁନ୍ଦୁରୁ ମଲିକ, ବଣିକ ସଂଘ ସଭାପତି ସୁନିଲ କୁମାର ଭୋଇ, ସମିତିସଭ୍ୟ ମନୋଜ ଦଳବେହେରା, ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ସଭାପତି ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳରେ କଳାକୁ ଜୀବିତ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯକ୍ରମରେ କମିଟିର ସନ୍ତୋଷ ସାହୁ, ତନୁଜ ଭୋଇ, ଅରବିନ୍ଦ ମହାପାତ୍ର ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାଯ୍ୟକ୍ରମ ନାଟକ ପରିବେଷଣ କରାଯାଇଥିଲା ।
ମା ବ୍ୟାଘ୍ରଦେଵୀ କଳା ଓ ସାଂସ୍କୃତିକ ପରିଷଦ ଦ୍ବାରା ନାଟକ ମଞ୍ଚସ୍ଥ !!!

