Site icon Awaj Media

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଚାଲୁ ରହିଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ସୋମ୍ୟରଞ୍ଜନ ପଟନାୟକ ତାଙ୍କର କର୍ମୀ ମାନଙ୍କୁ ନେଇ ଜୋରସୋର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରି ଦେଇଛନ୍ତି ! ଆଗଧାଡିରେ ବହୁବାର ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡା ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଅଧକ୍ଷ , ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଜିତୁ ରଣସିଂହ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ଭୁଷଣ ସ୍ବାଇଁ, ସମିତି ସଭ୍ୟା ପ୍ରତିନିଧି ଆରତବନ୍ଧୁ ବେହେରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ବିଜେଡି ସୁପ୍ରିମୋଙ୍କ ସ୍ଵଛ ଓ ନିର୍ମଳ ଶାସନର ପ୍ରଚାର ପ୍ରସାର କରିଥିଲେ ! ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ବୃଦ୍ଧ ବୃଦ୍ଧା ମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଙ୍କ ପାଇଁ ପ୍ରଶଂସା ର ସୁଅ ଛୁଟୁଥିବା ବେଳେ ନିମାଣୀ ଗ୍ରାମର ସରକାରୀ ସ୍କୁଲ ରେ ତୃତୀୟ ଶ୍ରେଣୀ ରେ ପାଠ ପଢୁଥିବା ଛାତ୍ରୀ ଦିବ୍ୟାଙ୍ଗୀ ପ୍ରିୟା, ସ୍ଥାନୀୟ ବିଧାୟକ ସୋମ୍ୟରଞ୍ଜନ ପଟନାୟକଙ୍କୁ ଅଟକାଇ ଫୁଲତୋଡ଼ା ଦେଇ ଆପଣ ସମ୍ବାଦ ଖବର କାଗଜରେ ରେ ବାହାରୁଛନ୍ତି ସବୁବେଳେ ପିଲାମାନଙ୍କ ପାଇଁ ପ୍ରାଇଜ ଦେଉଛନ୍ତି ମୁଁ ଦେଖିଛି ସାର, ସାର ଆମ ମୁଖ୍ୟମନ୍ତ୍ରୀ ଙ୍କର ଜନ୍ମଦିନ, ଏ ଫୁଲ ତୋଡ଼ାଟିକୁ ଆପଣ ହିଁ ତାଙ୍କୁ ଦେଇ ପାରିବେ ବୋଲି କହିଥିଲେ ! ବିଧାୟକ ଖୁସି ହୋଇ ତାଙ୍କୁ ଗେଲ କରି ପକାଇବାର ଦେଖିବାକୁ ମିଳିଥିଲା, ପରବର୍ତ୍ତୀ ସମୟରେ ବିଧାୟକ ଙ୍କ ସହ ଗ୍ରାମକୁ ଆସିଥିବା ସମସ୍ତ ଆଗଧାଡିର ଅତିଥି ରାଜନେତା ମାନଙ୍କୁ ଶ୍ରୀରାମ ଫାଉଣ୍ଡେସନ ଓଡିଶା ତରଫରୁ ରାଜ୍ୟ ଯୁବ ସଂଗଠକ ଦେବୀପ୍ରସାଦ ମିଶ୍ର ଓ ଫାଉଣ୍ଡେସନ ର ପଂଚାୟତ ସଭାପତି ମନୋରମା ରାଉତ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରି ସ୍ଥାନୀୟ ସଦସ୍ୟ ମାନଙ୍କୁ ଆବଶକୀୟ ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଥିଲେ !

 

Exit mobile version