Site icon Awaj Media

ଶେଷରେ ଧରାପଡିଲା ଉତପାତିଆ ମାଙ୍କଡ !!!

Spread the love

ଟାଙ୍ଗୀ ଅଞ୍ଚଳରେ ୧୨ ଜଣଙ୍କୁ ଆହତ କଲା ପରେ : ଟ୍ରାଙ୍କୁଲାଇଜ କରି ଧରିଲେ ମାଙ୍କଡ଼ କୁ

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ରେ ଉଦଣ୍ଡ ମାଙ୍କଡ ବହୁ ଉତ୍ପାତ କରୁଥିଲା । ଯାହାକୁ ଦେଖିଲା ଗୋଡେଇ-ଗୋଡେଇ କାମୁଡିବା ସହିତ କ୍ଷତ-ବିକ୍ଷତ କରି ପକାଇଥିଲା । ଦୁଷ୍ଟ ହନୁ ମାଙ୍କଡ ର ଏପରି ଉତ୍ପାତ ଯୋଗୁଁ ଲୋକେ ହେଲେ ଭୟଭୀତ ହୋଇ ରହିଥିଲେ । ଗୋଟେ ସପ୍ତାହ ମଧ୍ୟରେ ୧୨ ଜଣଙ୍କୁ , କାମୁଡା କାମୁଡି କରିବା ସହିତ କ୍ଷତ ବିକ୍ଷତ କରି ସାରିଲାଣି । ଟାଙ୍ଗୀ ଅଞ୍ଚଳରେ ଉଦଣ୍ଡ ମାଙ୍କଡର ଦୌରାତ୍ମ୍ୟ ରେ ଲୋକମାନେ ଆହତ ହୋଇ ଟାଙ୍ଗୀ – ଖୋର୍ଦ୍ଧା – ଭୁବନେଶ୍ୱର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଏକାଧିକ ପାତି ମାଙ୍କଡ ଓ ହନୁମାଙ୍କଡ ଗୋଠ ଫିଟା ହୋଇଛନ୍ତି ଏବଂ ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ମାଙ୍କଡ଼ ଙ୍କର ପାଗଳାମୀ ବାହାରିଥିବା ବନ ବିଭାଗ କହିଛି । ଟ୍ରାଙ୍କୁଲାଇଜ କରି ଦୁଷ୍ଟ ମାଙ୍କଡ ଙ୍କୁ କାବୁ କରାଯାଉଛି ବୋଲି ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ବନ ବିଭାଗ ପକ୍ଷରୁ ଯୋଗାଯୋଗ ପରେ ନନ୍ଦନକାନନ ରୁ ଏକ ଟିମ୍ ଆସି ପାଗଳ ମାଙ୍କଡ଼କୁ କାବୁ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇଟି ମାଙ୍କଡ଼ ଙ୍କୁ କାବୁ କରିବାରେ ଟାଙ୍ଗୀ ବନ ବିଭାଗ ସଫଳ ହୋଇଥିଲେ ମଧ୍ୟ ଆହୁରି ଏକାଧିକ ମାଙ୍କଡ଼ ଉତ୍ପାତ କରୁଛନ୍ତି ।

Exit mobile version