ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସି ସି ଡି ତାଲିମ କେନ୍ଦ୍ର ଠାରେ ନଵ ନିର୍ବାଚିତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ତିନି ଦିନିଆ ଏକ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗୁମ୍ମା ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଲମୀ ମଣ୍ଡଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାର ତାଲିମରେ ଲିଙ୍ଗରାଜ ପାଣିଗ୍ରାହୀ ଓ ରବି ନାରାୟଣ ପାଇକରାୟ ତାଲିମ ଦେଇଥିଲେ । ତିନି ଦିନରେ ମୁଖ୍ୟତଃ 5 T ମୋ ସରକାର, ସୁଶାସନ ବ୍ୟବସ୍ଥା, ସଶକ୍ତ ଗ୍ରାମସଭା, ଗ୍ରାମ ପଞ୍ଚାୟତ ବୈଠକ, ସ୍ଥାୟୀ କମିଟି ଗଠନ, ଗ୍ରାମ ପଞ୍ଚାୟତର କ୍ଷମତା, ପଞ୍ଚାୟତ ର ନିଜସ୍ଵ ସମ୍ବଳ, ପଲ୍ଲୀ ସଭା, ଗ୍ରାମ ସଭା, ସରକାର ଙ୍କ ଯୋଜନା ଯଥା ମହାତ୍ମା ଗାନ୍ଧୀ ମନରେଗା , ପାନୀୟ ଜଳ ଓ ପରିମଳ, ଗ୍ରାମୀଣ ବାସଗୃହ ଅର୍ଥ କମିଶନ ଅନୁଦାନ, ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା, ମିଶନ ଶକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା, ଇ ପ୍ରଶାସନ ବ୍ୟବସ୍ଥା ବିଷୟରେ ତାଲିମ ଦିଆଯାଇଥିଲା ! ତାଲିମରେ ଝାମି, ଜୀବା,ତରଙ୍ଗଡା, ନାମନଗଡ଼ ପଞ୍ଚାୟତର ମୋଟ 40 ଜଣ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।
ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

