Site icon Awaj Media

ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିଆରା ଆକାରରେ ପାଳନ ହେଲା ନବୀନ ଙ୍କ ଜନ୍ମଦିନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ତମ ଜନ୍ମଦିନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଙ୍କ ପ୍ରତାପ ଜେନା ଙ୍କ ତତ୍ବାବଧାନରେ ନିଶ୍ଚିନ୍ତକୋଇଲି ବ୍ଲକ ର ଶୁକରପଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଓଡ଼ିଶା ରେ ପ୍ରଥମ ଥର ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଜନସାଧାରଣ ମାନେ ସ୍ବେଛାକୃତ ରକ୍ତଦାନ କରିବା ସହିତ କେକ କାଟି ମୂଖ୍ୟମନ୍ତ୍ରୀ ଙ୍କ ଦିର୍ଘାୟୁ ନିମନ୍ତେ ଆଲ୍ଲା ଙ୍କ ନିକଟରେ ଦୁହା କରିଥିଲେ । ଏହି ରକ୍ତଦାନ ଶିବିରରେ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ଅଞ୍ଚଳ ରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନ ପୁରୁଷ ଓ ମହିଳା ମାନେ ୩୦୦ ରୁ ଅଧିକ ୟୁନିଟ୍ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ସହିତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ଯୁବ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା, ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Exit mobile version