Site icon Awaj Media

ଅସୁରେଶ୍ଵର ରେ ମହା ସମାରୋହରେ ଗଜଲକ୍ଷ୍ମୀ ପୂଜା ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅସୁରେଶ୍ଵର ଅଞ୍ଚଳରେ ମହା ସମାରୋହରେ ଗଜଲକ୍ଷ୍ମୀ ପୂଜା ପାଳିତ ! ଦୀର୍ଘ ଦୁଇବର୍ଷ ପରେ ପୁଣି ପୂଜା ମଣ୍ଡପ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ । କୁମାର ପୂର୍ଣ୍ଣିମା ଅବସରରେ ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ମା’ ଲକ୍ଷ୍ମୀ ଠାକୁରାଣୀ ପୂଜା ମହା ସମାରୋହରେ ପାଳିତ ହୋଇଛି । ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଅଞ୍ଚଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆଡମ୍ବର ସହକାରେ ପାଳନ କରାଯାଉଛି ।

ଚଳିତ ବର୍ଷ ଅସୁରେଶ୍ଵର ଅଞ୍ଚଳ ରେ ୧୫ ରୁ ଅଧିକ ମଣ୍ଡପରେ ମା ଗଜଲକ୍ଷ୍ମୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଅସୁରେଶ୍ଵର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉଙ୍କ ମନ୍ଦିର ପ୍ରାଙ୍ଗଣରେ ମା ଲକ୍ଷ୍ମୀ ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଯଥା ରିତିନୀତି ଅନୁସାରେ ଅନୁଷ୍ଠିତ ହେଉଛି । ସେହିପରି ଅସୁରେଶ୍ଵର ବଜାରର ଥାନପତୀ ମେଢ଼ , ନୃସିଂହ ଅବତାର ପୂଜା ପାଉଥିଲା ବେଳେ, ପୁରୁଣା ବ୍ୟାଙ୍କ ଛକ ର ହରପାର୍ବତୀ କ୍ଲବ ପକ୍ଷରୁ ହରପାର୍ବତୀ ପୂଜା ପାଇଛନ୍ତି , ସେହିପରି ନୂଆହାଟ ପାଇକରାପୁର ମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା” ଙ୍କ ପୂଜା ବେଶ ଧୁମ୍ ଧାମରେ ପାଳନ କରୁଛନ୍ତି । ସର୍ବପୁରାତନ ଅସୁରେଶ୍ଵର ବଜାର ଅଣସରପୁର ମା ଗଜଲକ୍ଷ୍ମୀ ପୂଜା କମିଟି ଯଥା ରିତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଉଛି । ସେହିପରି କଲେଜ ଛକ ରେ ଲକ୍ଷ୍ମୀନାରାୟଣ ଓ ଅର୍ଣ୍ଣପୂର୍ଣା ମଣ୍ଡପ ରେ ପୂଜା ଅର୍ଚ୍ଚନା କରାଯାଉଛି । ରାତି ହେଲେ ସୁସଜ୍ଜିତ ଆଲୋକ ରେ ସଜେଇ ହୋଇପଡୁଛି ପୂଜା ମଣ୍ଡପ । ପୂଜା ମଣ୍ଡପ ଦେଖିବା ଲାଗି ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆସନ୍ତା ୧୯ ତାରିଖ ଦିନ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର କର୍ମକର୍ତ୍ତା କହିଛନ୍ତି ।

Exit mobile version