Site icon Awaj Media

ସାକାର ହେବ ୨୫ବର୍ଷର ସ୍ବପ୍ନ : ସମଲ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ ଉପଜିଲ୍ଲାପାଳ ଓ ବ୍ଲକ ଅଧ୍ୟକ୍ଷଙ୍କ ପରିଦର୍ଶନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଅଞ୍ଚଳର କହ୍ନେଇ ଜେନା ପାହାଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ କରଣ ପାଇଁ ତାଳଚେର ଉପ-ଜିଲ୍ଲାପାଳ ବିଶ୍ଵରଞ୍ଜନ ରଥ ପରିଦର୍ଶନ କରିଥିଲେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ସମଲ ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଛି । ବାହାର ରାଷ୍ଟ୍ରର ବିଦେଶୀ ପକ୍ଷୀ, ପ୍ରାକୃତିକ ଜଙ୍ଗଲ, ଅସୁମାରୀ ଜଳଭଣ୍ଡାର,ବଣଭୋଜି ସ୍ଥାନ ଓ ଆହୁରି ଅନେକ ଭ୍ରମଣୀୟ ସ୍ଥାନ ଥିବାରୁ ଉପଜିଲ୍ଲାପାଳ ଶ୍ରୀ ରଥ ଏହାକୁ ପର୍ଯ୍ୟଟନ ସ୍ଥଳୀ କରିବାକୁ ପରିକଳ୍ପନା କରିଥିଲେ । ଫଳ ସ୍ୱରୂପ ପତ୍ରସଂଖ୍ୟା – ୧୮୫୫୨ ଟା ୧୮.୧୦.୨୨ ରିଖରେ କଣିହାଁ ବିଡ଼ିଓ ନିଶାନ୍ ମିଶ୍ର, ତହସିଲଦାର ପତିତପାବନ ଦେବତା, ବ୍ଲକ ଅତିରିକ୍ତ ନିର୍ବାହୀ ଅଧିକାରୀଣୀ ଓ ବନ ସୁରକ୍ଷା ଅଧିକାରିଣୀ ସୁକାନ୍ତି ଦେଇଙ୍କୁ ଆଜି ସ୍ୱତନ୍ତ୍ର ଭାବେ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ଚକ୍ରଶିଳା ଶିବ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପରେ ୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ଵତନ୍ତ୍ର ଟିମ୍ ସହ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ, ପ୍ରକୃତି ବନ୍ଧୁ ତଥା ବରିଷ୍ଠ ଓକିଲ ବାଉରୀବନ୍ଧୁ ବେଜ୍, ସାମ୍ବାଦିକ ହିମାଂଶୁ ଗଡ଼ନାୟକ, ଗ୍ରାମବାସୀ ଲକ୍ଷଣ ଗଡ଼ନାୟକ, ସିଲୁ ସାମଲ, ତପନ ଧୀର, ମନୋଜ ମହାନ୍ତି ଏବଂ ସ୍ଥାନୀୟ ଅଞ୍ଚଳ ବିଭିନ୍ନ ଗ୍ରାମ୍ୟ ସଭାପତି ସୁଧାକର ସାହୁ, ତୋଷମଣି ସାହୁ, ପ୍ରଦୀପ ସାମଲ, ପ୍ରଦୀପ ସାହୁ, ଉପଜିଲ୍ଲାପାଳ କାର୍ଯ୍ୟାଳୟ କାର୍ଯ୍ୟାଳୟ କର୍ମଚାରୀ ହୃଦାନନ୍ଦ ସାହୁଙ୍କୁ ନେଇ ପରିଦର୍ଶନ କରିଥିଲେ । ପରିଦର୍ଶନ କାଳରେ ୫ ଟି ସ୍ଥାନରେ ସେଲ୍ଫି ହବ, ନୌଭ୍ରମଣ ସ୍ଥାନ, ପର୍ଯ୍ୟଟକ ଆଶ୍ରୟ ସ୍ଥଳୀ, ୱାଚିଂ ଟାୱାର, ଆସନ୍ତା ୭ ଦିନ ମଧ୍ୟରେ ପରିକଳ୍ପନାର ନକ୍ସା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ ସହ ତ୍ୱରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଆରମ୍ଭ ହେବ ଓ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ରଥ କହିଛନ୍ତି । ଏହି ପ୍ରକଳ୍ପ ପରେ କୋଟିକୋଟି ଟଙ୍କାର ରାଜସ୍ବ ଆସିବ ବୋଲି ଆଶା କରାଯାଉଛି । ୟା ପୂର୍ବରୁ ଉପଜିଲ୍ଲାପାଳ ଶ୍ରୀ ରଥ ତାଳଚେର ରାଣୀପାର୍କକୁ ସୋନ୍ଦର୍ଯ୍ୟ କରଣ କରି ସଫଳତାର ପ୍ରଶଂସା ସାଉଁଟି ଥିଲେ । ତେଣୁ ଏ ପ୍ରକଳ୍ପର ପରିକଳ୍ପନାକୁ ସାକାର ହେବ ବୋଲି ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି ଓ ସଫଳତାର ଆଶା ବାନ୍ଧିଛନ୍ତି । ଏପରି ଲୋକାଭିମୁଖୀ ପରିକଳ୍ପନା ପାଇଁ ବରିଷ୍ଠ ନାଗରିକ ଅନଥବନ୍ଧୁ ସାହୁ ଓ ସାରା ଅଞ୍ଚଳର ସାଧାରଣ ଜନତା ଉପଜିଲ୍ଲପାଳଙ୍କୁ ସାଧୁବାଦ ଜଣାଇଛନ୍ତି !

Exit mobile version