Site icon Awaj Media

ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ବ୍ୟାପକ ଅନିୟମିତତା ବିରୋଧରେ ସ୍ଵର ଉଠାଇଲେ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଓ ନିଲାମ ପ୍ରକ୍ରିୟାକୁ ବିରୋଧ କଲେ ବ୍ୟବସାୟୀ ସଂଘ ! କଟକ ବାଲିଯାତ୍ରା ପାଇଁ ପ୍ଲଟ ନିଲାମି ପ୍ରକ୍ରିୟା ବେଳେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଏହି ବାବଦରେ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ତରଫରୁ ସନ୍ଧ୍ୟା ସମୟରେ କଟକ ସତିଚୌରା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି, ଏହାର ପୁନଃ ବିଚାର କରି ନିଲାମ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ଏହାର ଜବାବ ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Exit mobile version