Site icon Awaj Media

ଜିଲ୍ଲା ପ୍ରଶାସନ ତରଫରୁ ଉପ-କାରାଗାର ରେ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ କଏଦୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ, କ୍ୟାରମ ବୋର୍ଡ ଓ ଚେସ ପାଲି ପ୍ରଦାନ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରାଗାରରେ ଏକ ନୂତନ ପାଠାଗାର କୁ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ କଏଦୀ ମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ, କ୍ୟାରମ ବୋର୍ଡ ଓ ଚେସ ପ୍ରଦାନ କରାଯାଇଛି । ଏହି ମାଧ୍ୟମରେ ସମସ୍ତ କଏଦୀ ମାନେ ପାଠ୍ୟ ପୁସ୍ତକ ପଢିବା ସହିତ ଖେଳ କୁଦ ମାଧ୍ୟମରେ ସେମାନଙ୍କର ସମୟ ଅତିବାହିତ କରିପାରିବେ ବୋଲି ଅତିଥି ମାନେ କହିଥିଲେ ଏବଂ କଏଦୀ ମାନଙ୍କର ବ୍ୟବହାର ହେଉଥିବା ଔଷଧ, ଖାଦ୍ୟ ମାନ ଯାଞ୍ଚ କରିବା ସହିତ ସେହିମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ଅବସରରେ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ନଟବର ଗରଡା, ଉପ କାରାଗାର ଅଧିକ୍ଷକ ହନୁ ସେଠୀ, ଏସ. ନାଗାରାଜୁ ଏବଂ ଜେଲର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version