ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପି.ଟି.ଏସ ପଡ଼ିଆରେ ୬୩ ତମ ସହିଦ ଦିବସ ପାଳିତ ହୋଇଯାଇଛି । ବୀର ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କର କର୍ତ୍ତବ୍ୟବୋଧ, ତ୍ୟାଗ ଓ ବଳିଦାନକୁ ସ୍ମରଣ ଉଦ୍ଦେଶ୍ୟରେ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ନୟାଗଡ଼ ଏସ୍.ଡି.ପି.ଓ ଶତ୍ରୁଘ୍ନ ସିହ୍ନା, ପି.ଟି.ଏସ ର ଅଧ୍ୟକ୍ଷ ଭବେଶ କୁମାର ନାୟକଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୋଲିସ ଏକ ଗୁରୁତ୍ୱପର୍ଣ୍ଣ ଅଂଶ ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସହ ଶାନ୍ତି ପ୍ରତିଷ୍ଠା ଦିଗରେ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରିଆସୁଛି । ଶାନ୍ତିରକ୍ଷା ସମୟରେ ନିଜ ଜୀବନକୁ ବଳିଦାନ ଦେଇ ଦାୟିତ୍ୱ ନିର୍ବାହ କରିଥିବା ଅମର ସହିଦଙ୍କ ନିକଟରେ ସବୁବେଳେ କୃତଜ୍ଞ ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡି.ଏସ୍.ପି ଓ ଇନସ୍ପେକ୍ଟର ସମେତ ବିଭାଗର ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରାଯାଇଥିଲା ।
ନୟାଗଡରେ ୬୩ ତମ ସହିଦ ଦିବସ ପାଳିତ !!!

