Site icon Awaj Media

ବାଣପୁର ବ୍ଲକ ନରେନ୍ଦ୍ରପୁର କ୍ଲଷ୍ଟର ରେ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକର ନରେନ୍ଦ୍ରପୁର କ୍ଲଷ୍ଟର ରେ ସୁରଭି ୨୦୨୨ କାର୍ଯ୍ୟକ୍ରମ ସିଆରସିସି ସମୀର ସେଠୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ର ନରେନ୍ଦ୍ରପୁର କ୍ଲଷ୍ଟର ର ସୁରଭି ୨୦୨୨ କାର୍ଯ୍ୟକ୍ରମ ଆଜି ସିଆରସିସି ସମିର ସେଠୀଙ୍କ ତତ୍ୱାବଧାନରେ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ବଡଶିରେଇପୁର ଉଚ୍ଚ ବିଦ୍ୟାଳୟ, ବେରୁଆଁବାଡି ସରକାରୀ ଅପର ପ୍ରାଇମେରୀ, ଅରଗଡିହ ଅପର ପ୍ରାଇମେରୀ, ହଳନ୍ଦା ଏମ୍ ଇ, ସାଲୁଣୀ ପ୍ରାଇମେରୀ, ନରେନ୍ଦ୍ରପୁର ଭବାନୀ ଏମ ଇ, ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠ, ଆଙ୍କୁଲାପଦର ପ୍ରାଇମେରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଚାରକ ଭାବରେ ଖୋର୍ଦ୍ଧା ଜିଲାର ନାଟ୍ୟ ଗୌରବ ମହେଶ୍ୱର ଜେନା, ପ୍ରବୋଧ କୁମାର ବିଶ୍ୱାଳ, ପବିତ୍ର ବରାଳ, ଅଜୟ ଲେଙ୍କା ଓ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଭାଷ୍କର ଚନ୍ଦ୍ର ଜେନା ପ୍ରଧାନ ଶିକ୍ଷକ, ସୁରେଶ ପଣ୍ଡା, ଜଗନ୍ନାଥ ବାସକେ, ପ୍ରଦୀପ ନୟକ, ସଞ୍ଜୟ ସାମନ୍ତ, ସଶ୍ମିତା ମହାନ୍ତି, ପୁଷ୍ପାଞ୍ଜଳୀ ମାନସିଂହ, ମନୋରଞ୍ଜନ ମିଶ୍ର, ଝୁନୁଲତା ପ୍ରଧାନ, ସଞ୍ଜିବ୍ ସେଠୀ, ସୁକାନ୍ତ ସେଠୀ ଗୀତିଶୁଧା ବରାଳ, ପ୍ରୀୟ ଦର୍ଶିନୀ ବାସକେ, ବିମଳା ହେମ୍ୱ୍ରମ୍, ଆଦି ଉପସ୍ଥିତ ଥିଲେ । ପ୍ରଥମେ ଚିତ୍ରାଙ୍କନ, ଡିବେଟ, ରଚନା ଆଦି ପ୍ରତିଯୋଗୀତା, ତାପରେ ଦେଶାତ୍ମବୋଧ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା । ଶୁଭାସିଷ୍ ଲେଙ୍କା, ଉପେନ୍ଦ୍ର ବିଦ୍ୟାପୀଠ ନରେନ୍ଦ୍ରପୁର, ସୁବ୍ରତ ସାମନ୍ତରାୟ ବେରୁଆ ବାଡି, କାଜଲ ପ୍ରଧାନ, ବଡଶିରେଇପୁର ଉଚ୍ଚ ବିଦ୍ୟାଳୟ ସୋନୁ ନାୟକ ବଡଶିରେଇପୁର ଉଚ୍ଚ ବିଦ୍ୟାଳୟ, ଗୃପ୍ ଡ୍ୟାନସ୍ ରେ ବଡଶିରେଇପୁର ଉଚ୍ଚ ବିଦ୍ୟାଳୟ କୃତିତ୍ୱର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ନାଟ୍ୟଗୌରବ ମହେଶ୍ୱର ଜେନା, ପ୍ରବୋଧ କୁମାର ବିଶ୍ୱାଳ, ପବିତ୍ର ବରାଳ, ଅଜୟ ଲେଙ୍କା ସମିର ସେଠୀ ପୁରଷ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଅତି ସରସ ସୂନ୍ଦର ମନ ମୁଗ୍ଧକର ଓ ଦର୍ଶକମାନଙ୍କୁ ଆକର୍ଷଣ କରିଥିଲା । ଗ୍ରାମାଂଚଳର ପିଲାମାନଙ୍କର କଳା ନିପୁଣତା ପରିସ୍ପୁଟ ହେବା ସହ ପ୍ରତିଯୋଗୀତାର ପ୍ରତିଭା ପ୍ରକାଶ ପାଇଥିଲା । ଶେଷରେ ସିଆରସିସି ଅଳ୍ପ ସମୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସରସ ସୁନ୍ଦର କରିଥିବାରୁ ଅଭିଭାବକ ମାନେ ତାଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Exit mobile version