ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ରେ ବାଲ୍ୟ ବିବାହ କମୁ ନଥିବା ବେଳେ ଏନେଇ ମାମଲା ସଂଖ୍ୟା ଜାଣି ଶୁଣି କମାଇ ଦିଆଯାଉଛି ! ସମ୍ପ୍ରତି ବାଲ୍ୟ ବିବାହ ର ଅଭିଯୋଗ ବାଣପୁର ଥାନା ଅନ୍ତର୍ଗତ ସାନ ନଈରୀ ଗ୍ରାମ ରେ ଘଟି ଯାଇଥିଲେ ମଧ୍ୟ ଏବଂ ତାହା ସିଡିପିଓ ଚିଲିକା ଙ୍କ ଜାଣତରେ ଘଟି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ସମ୍ପୃକ୍ତ ନାବାଳିକା ଜଣଙ୍କ ମାନସିକ ଚାପରେ ଭାଙ୍ଗି ପଡିବା ସଙ୍ଗେ ସଙ୍ଗେ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିଛି ! ଘଟଣାରୁ ପ୍ରକାଶ ଯେ ସାନ ନଈରୀ ଗ୍ରାମ ର ଜୈନିକ ନାବାଳିକା ସୁରମା (ଛଦ୍ମ ନାମ ) ଏକ ଗରିବ ପରିବାର ଦ୍ଵିତୀୟ ଝିଅ ବୟସ ୧୪ , ଗରିବ ଅବସ୍ଥା ଯୋଗୁଁ ବାପା ଓ ମା ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବେଳେ ଯାହା କିଛି ସ୍ୱଳ୍ପ ଆୟ ପଠାନ୍ତି ସେଥିରେ ସୁରମା ର ବଡ଼ଭଉଣୀ ଏବଂ ସାନ ଭଉଣୀ ଓ ସାନ ଭାଇ କଷ୍ଟ ମଷ୍ଟେ ଚାଲିଯାଆନ୍ତି ! ସୁରମା ସପ୍ତମ ଶ୍ରେଣୀ ରେ ପଢୁ ଥିବା ବେଳେ ବଙ୍କିଆ ପଲ୍ଲୀ ଗ୍ରାମର ଜୈନିକ ଯୁବକ ଉକ୍ତ ନାବାଳିକା ର ବାପା ଓ ମାଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ବାହା ହେବା ପାଇଁ ଭୂଷଣ୍ଡପୁର ସ୍ଥିତ ଉଗ୍ରତାରା ମନ୍ଦିରକୁ ନେଇଯାଇଥିବା ବେଳେ ସାନ ନଈରୀ ଗ୍ରାମ ର ଜଣେ ପୁରୁଖା ବ୍ୟକ୍ତି ନୃସିଂହ ବେହେରା ଗତ ୧୯ ତାରିଖ ଦିନ ଚିଲିକା ସିଡିପିଓ ଙ୍କୁ ଲିଖିତ ଆକାର ରେ ଜଣେଇ ନାବାଳିକା କୁ ଉଦ୍ଧାର କରିବା ପାଇଁ ଦରଖାସ୍ତ ଦେଇଥିଲେ ! ସିଡିପିଓ ଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ତଦନ୍ତ କରାଗଲା ନାହିଁ , କୌଣସି ସୂତ୍ର ରୁ ଖବର ପାଇ ଉକ୍ତ ଯୁବକ ଜଣକ ବାହାଘର ସ୍ଥାନ ବଦଳେଇ ବିରିବାଡ଼ି ଗ୍ରାମ ନିକଟସ୍ଥ ରତ୍ନମାଳା ମନ୍ଦିର ରେ ନାବାଳିକା ସୁରମା କୁ ବାହା ହୋଇ ଯାଇଥିଲେ , ଏପରିକି ଉକ୍ତ ନିୟମ ବିରୋଧ ବିବାହ ରେ ଜଣେ ଅଙ୍ଗନବାଡି ଦିଦି ମଧ୍ୟ ବେଶ ସହଯୋଗ କରିଥିଲେ , ଏଥିରେ ବ୍ୟଥିତ ହୋଇ ନୃସିଂହ ଗତ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଉକ୍ତ ନାବାଳିକା କୁ ଉଦ୍ଧାର କରିବା ପାଇଁ ଲିଖିତ ଦରଖାସ୍ତ ଦେଇଛନ୍ତି ! ଏଠାରେ ପ୍ରଶ୍ନ ଉଠେ ଯଦିବା ବାହାଘର ଦିନ ଅଭିଯୋଗ ହୋଇଥିଲା ସିଡିପିଓ ଦରଖାସ୍ତ ପାଇ ମଧ୍ୟ ଚୁପ ରହିଲେ , ନା ସେ ଥାନାରେ ଏତଲା ଦେଲେ ନା ଜିଲ୍ଲା ଶିଶୁ କଲ୍ୟାଣ କମିଟି କୁ ଜଣାଇଲେ ! ଏହିଭଳି ସମ୍ବେଦନଶିଳ ଘଟଣା ର ପ୍ରଭାବ ପୀଡିତା ଙ୍କ ଉପରେ ପଡିବା ସଙ୍ଗେ ସଙ୍ଗେ ସେ ଏଥିପାଇଁ ଜୀବନ ସାରା ମୂଲ୍ୟ ଦେବେ , ନିୟମ ମୁତାବକ ବାଲ୍ୟ ବିବାହ ର ୨୪ ଘଣ୍ଟା ମଧ୍ୟରେ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ଅଧିକାରୀ ହାଜର କରିବାକୁ ବାଧ୍ୟ ଥିବା ବେଳେ ଅଧିକାରୀ ଙ୍କ ଖାମଖିଆଲ ମନୋଭାବ ନାବାଳିକା ଙ୍କ ଭବିଷ୍ୟତ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାଣପୁର ଅଞ୍ଚଳରେ ବାଲ୍ୟ ବିବାହକୁ ଘଣ୍ଟ ଘୋଡାଉଛନ୍ତି ଅଧିକାରୀ : ନାବାଳିକାଙ୍କ ଭବିଷ୍ୟତ ଉପରେ ଲାଗିଲା ବିରାଟ ପ୍ରଶ୍ନବାଚୀ !!!

