ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଳକର କାଶୀନଗର ଠାରେ ଥିବା ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ଆନୁକୂଲ୍ୟରେ ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ କାଶୀ ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ସୌମ୍ୟ ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫର୍ମାସୀ କଲେଜର ଅଧ୍ୟକ୍ଷ ଡକ୍ଟର ସଚିନନ୍ଦନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାରା ଅତିଥି ପରିଚୟ ପରେ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅତିଥି ମାନେ ଆୟୁର୍ବେଦ ଚିକିତ୍ସା ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଆୟୁର୍ବେଦ ଚିକିତ୍ସା ଦ୍ଵାରା ସାଇଡ ଇଫେକ୍ଟ (ପାର୍ଶ୍ୱ ପ୍ରତିକ୍ରିୟା) ନଥିବାରୁ ଲୋକଙ୍କ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । ଜଟିଳରୁ ଜଟିଳ ରୋଗ ମଧ୍ୟ ଉପଶମ ହୋଇ ପାରିବ ବୋଲି ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ । କବିରାଜ ନିମାଇଁ ଚରଣ ପାଢ଼ୀଙ୍କୁ ସ୍ୱାସ୍ଥ୍ୟ ବିଳାସ ଲେଖକ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି କବିରାଜ ଦୁର୍ଗା ପ୍ରସାଦ ଭଟ୍ଟଙ୍କୁ କବିରାଜ ସତ୍ୟ ନାରାୟଣ ପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କବିରାଜ ରାମନାଥ ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳ 8 ଘଣ୍ଟା ସମୟରେ ଧନ୍ଵନ୍ତରୀ ପୂଜା ଅନୁଷ୍ଠିତ ହୋଇଥିଲା , ଏହି ପୂଜାରେ ବହୁ ଜ୍ଞାନୀ ଗୁଣି ବ୍ୟକ୍ତି , ସାମ୍ବାଦିକ ଓ ଜନ ସାଧାରଣ ଯୋଗ ଦେଇଥିଲେ।
ଧନ୍ଵନ୍ତରୀ ଜୟନ୍ତୀ ପାଳନ !!!

