ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପାର୍କିଙ୍ଗ ପ୍ଲାନ ନଥିବା ବିଲଡିଂରେ ଖୋଲୁଛି ରିଲାଏନ୍ସ ଟ୍ରେଣ୍ଡ୍ସ ମଲ, ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଅନୁମତି ଦେଇଛି ନୟାଗଡ ମୁନିସିପାଲିଟି, ଅଘଟଣ ପାଇଁ ଦାୟୀ ରହିବ କିଏ ?? ଏ ପ୍ରଶ୍ନ ଉଠାଇଛି ନୟାଗଡ ଜିଲ୍ଲା କଂଗ୍ରେସ ! ନୟାଗଡ ମୁନିସିପାଲିଟି ଅଞ୍ଚଳ ତଥା ଟ୍ରାଫିକ ଛକ ଚତୁର୍ପାଶ୍ୱ ରାଜରାସ୍ତା ଉପରେ ପାର୍କିଂ ପ୍ଲାନ ନଥାଇ ମୁନିସିପାଲିଟି ପକ୍ଷରୁ ପ୍ଲାନ ମଞ୍ଜୁରୀ ପାଇ ଗଢି ଉଠିଥିବା ବହୁ ଘରୋଇ ହସ୍ପିଟାଲ, କ୍ଲିନିକ, ହୋଟେଲ, ଲଜିଙ୍ଗ, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନୟାଗଡ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ! ଏହାର ସମାଧାନ ପାଇଁ ପୋଲିସ ପ୍ରଶାସନ ବିକଳ୍ପ ଟ୍ରାଫିକ ବାବସ୍ଥା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଫଳପ୍ରଦ ହୋଇ ପାରୁନାହିଁ, ତେଣୁ ଏହି ଟ୍ରାଫିକ ସମସ୍ୟା ପାଇଁ ମୁନିସିପାଲିଟି କର୍ତୃପକ୍ଷଙ୍କୁ ପ୍ରତ୍ୟକ୍ଷ ଭାବେ ଦାୟୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l ପ୍ରତ୍ୟେକ ଦିନ ରାସ୍ତା ଉପରେ ଗାଡି ରଖିବା ଅଭିଯୋଗରେ ହଜାର ହଜାର ଟଙ୍କା ଜୋରିମାନା ଆଦାୟ ହୋଇ ମାସିକ ୧୦ ଲକ୍ଷ ଟଙ୍କା ରାଜକୋଷ ଭରଣା କରୁଛନ୍ତି l ଏଭଳି ଜଟିଳ ଟ୍ରାଫିକ ସମସ୍ୟା ଭିତରେ ପୁଣି ତ୍ରିନାଥ ଛକ କଲେଜ ବାଙ୍କରେ ରିଲାଏନ୍ସ ଟ୍ରେଣ୍ଡ୍ସ ମଲ ଖୋଲିବା ପାଇଁ ମୁନିସିପାଲିଟି କର୍ତୃପକ୍ଷ ଅନୁମତି ଦେଇଛନ୍ତ, ସମ୍ପୃକ୍ତ ବିଲଡିଂରେ ପାର୍କିଂ ପ୍ଲାନ ନଥାଇ କୋଉ ଆଇନରେ ରିଲାଏନ୍ସ ମଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ଶ୍ରୀ ଦାଶ ଏବଂ ରିଲାଏନ୍ସ ମଲରେ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ରାଜ୍ୟ ରାଜପଥ ଉପରେ ଅନାବଶ୍ୟକ ପାର୍କିଙ୍ଗ ପାଇଁ ଅଘଟଣ ଘଟିଲେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟୀ ରହିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି , ଏହାର ପୁନର୍ବିଚାର କରାଯାଉ ନଚେତ ଜିଲ୍ଲାପାଳ ଏସପିଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ପ୍ରେସବାର୍ତ୍ତା ମାଧ୍ୟମରେ କୁହାଯାଇଛି !
ପାର୍କିଙ୍ଗ ପ୍ଲାନ ନଥିବା ବିଲଡିଂରେ ଖୋଲୁଛି ରିଲାଏନ୍ସ ଟ୍ରେଣ୍ଡ୍ସ ମଲ !!!

