ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିଆରା ପ୍ରୟାସ ! ଦୀର୍ଘ ପନ୍ଦର ଦିନ ଧରି ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ ଜାରି ରଖିଥିବା ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଖଣ୍ଡପଡାର ବିଭିନ୍ନ ପର୍ଯ୍ୟଟନ ତଥା ଧାର୍ମିକ ସ୍ଥଳ ସଫେଇ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ମାନେ ଖଣ୍ଡପଡାର ଜଗନ୍ନାଥ ମନ୍ଦିର, ଖଳିସାହିର ହନୁମାନ ମନ୍ଦିର, ମର୍ଦ୍ଦାରଜପୁର ର ବନଦୁର୍ଗା ମନ୍ଦିର ଓ କଣ୍ଟିଲୋ ନୀଳମାଧବ ପୀଠ କୁ ମାରାଥନ ସଫେଇ କରିଥିଲେ । କାର୍ତ୍ତିକ ମାସ ଶେଷ ସୁଦ୍ଧା ଅନୁଷ୍ଠାନର ସଭ୍ୟ ମାନେ ଜିଲ୍ଲାର ୧୦୦ ଟି ମନ୍ଦିର ପରିସର ସଫେଇ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ପଲିଥିନ୍ ଓ ପ୍ଲାଷ୍ଟିକ ବର୍ତ୍ତମାନ ସମୟରେ ପର୍ଯ୍ୟାବରଣ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଅନୁଷ୍ଠାନର ସଦସ୍ୟ ମାନେ ବିଭିନ୍ନ ମନ୍ଦିରରେ ଆବର୍ଜନା ସୃଷ୍ଟି କରୁଥିବା ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ଏକାଠି କରି ବୈଜ୍ଞାନିକ ପ୍ରଣାଳୀରେ ଏହାକୁ ନଷ୍ଟ କରୁଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ସ୍ୱେଚ୍ଛାସେବୀ ମାନଙ୍କ ଆଗ୍ରହ ପରିଲକ୍ଷିତ ହେଉଛି । ଅନୁଷ୍ଠାନର ମହିଳା ସଦସ୍ୟ ମାନେ ସକାଳୁ ନିଜ ନିଜର ବ୍ୟକ୍ତିଗତ କାମ ସାରି ଦିନ ତମାମ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ଦିର ପରିସରରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ମନ୍ଦିର କମିଟି ମାନଙ୍କୁ ଅନୁରୋଧ କରାଯାଉଛି । ମନ୍ଦିର ଗୁଡିକରେ ପଲିଥିନ ବନ୍ଦ ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଏକ ବିକଳ୍ପ ବ୍ୟବସ୍ଥାର ପନ୍ଥା କରାଯିବ ବୋଲି ସୂଚନା ମିଳିଛି !
ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିଆରା ପ୍ରୟାସ !!!

