Site icon Awaj Media

ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କନଫେରେନ୍ସ ହଲ ଠାରେ ବିଶ୍ୱ ଆୟୋଡିନ ଅଭାବ ବ୍ୟାଧି ନିରାକରଣ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ DPHO ଡକ୍ଟର ଏମ୍ ଏମ୍ ଅଲ୍ଲୀ, ADPHO ଡକ୍ଟର ଆନନ୍ଦ ସାମନ୍ତରାୟ, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଡକ୍ଟର ତପସ୍ୱିନୀ ବେହେରା, ନେତ୍ରାନନ୍ଦ ଶତପଥୀ, ସୁଫଳା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଆୟୋଡିନ ଅଭାବ ଜନିତ ବ୍ୟାଧି , ଆୟୋଡିନ ବ୍ୟବହାର, ଆୟୋଡିନ ଲୁଣ ବ୍ୟବହାର ସମ୍ପର୍କରେ ସଚେତନତା କରିଥିଲେ । ଏହା କିପରି ନିରାକରଣ କରାଯାଇ ପାରିବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏ ଏନ ଏମ୍ , ଆଶା ଦିଦି ଆୟୋଡିନ ବ୍ୟବହାର କରିବାକୁ ସଚେତନତା କରିଥିଲେ ।

Exit mobile version