Site icon Awaj Media

କାଳିଆପାଣି ଇମ୍ପା କମ୍ପାନୀରେ ଶ୍ରମିକ ସମସ୍ୟା ନେଇ ଆଲୋଚନା ବିଫଳ : ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକଙ୍କ ଗଣଧାରଣା ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଇମ୍ପା କମ୍ପାନୀରେ ଶ୍ରମିକ ସମସ୍ୟା ନେଇ ଆଲୋଚନା ବିଫଳ , ମୁଖ୍ୟ ଫାଟକ ସାମ୍ନାରେ ଶ୍ରମିକଙ୍କ ଗଣଧାରଣା ଜାରି ! କାଳିଆପାଣି ଥାନା ଅନ୍ତର୍ଗତ ଇମ୍ଫା କମ୍ପାନୀ କତୃପକ୍ଷ କମ୍ପାନୀରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ବୋନସ ଟଙ୍କା ପ୍ରଦାନ କରିବାରେ ବିଳମ୍ୱ କରିବା ଓ ବିଭିନ୍ନ ଦାବି ନେଇ ଆଜି ଶ୍ରମିକ ମାନେ କମ୍ପାନୀ ମୁଖ୍ୟ ଫାଟକ ସମ୍ନାରେ ପହଞ୍ଚି କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ଗଣଧାରଣାରେ ବସି ରହିଥିଲେ ! ଶ୍ରମିକ ମାନଙ୍କୁ ସମର୍ଥନ ଦେଇ କାଳିଆପାଣି ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର, ସ୍ଥାନୀୟ ଜନ ପ୍ରତିନିଧି ଜିଲ୍ଲା ପରିଷଦ ଜେମା ଚାଖି, ସରପଞ୍ଚ ବିକାସ ପାତ୍ର ପ୍ରମୁଖ ଶ୍ରମିକ ମାନଙ୍କ ସହିତ ଗଣଧାରଣାରେ ବସିଥିବା ଦେଖିବାକୁ ମିଳିଛି । କମ୍ପାନୀ ଏହାର ସ୍ଥାୟୀ ସମାଧାନ ନ କରିବା ପର୍ଯ୍ୟନ୍ତ ଏହି ଶ୍ରମିକ ଗଣଧାରଣା ଜାରି ରହିବ ବୋଲି ଶ୍ରମିକ ସଂଘ ପକ୍ଷରୁ ସୂଚନା ମିଳିଛି ।

Exit mobile version