Site icon Awaj Media

ବନ୍ଧମୁଣ୍ଡାଇ ଗ୍ରାମରେ ମଞ୍ଚସ୍ଥ ହେଲା ନାଟକ : ସତୀ ଲୁହରେ ଜଳୁଛି ଲଙ୍କା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ମାସରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ବନ୍ଧମୁଣ୍ଡାଇ ଗ୍ରାମର ମା’ ନାରାୟଣୀ ଯୁବ ରାମଲୀଳା ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ବାରା ରାମ ନାଟକ ସତୀ ଲୁହରେ ଜଳୁଛି ଲଙ୍କା ମଞ୍ଚସ୍ଥ ହୋଇଯାଇଛି । ଏହି ଅବସରରେ ଶୁକେସ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ସମାଜସେବୀ କୃଷ୍ଣ ପ୍ରଧାନ, କାହ୍ନୁ ରାଉତରାୟ , କଳାକାର ସୁରେନ୍ଦ୍ର ସାହୁ, ପ୍ରମୋଦ ପ୍ରଧାନ, ୱାର୍ଡ ମେମ୍ବର ଶରତ ରାଉତରାୟ , ଶିକ୍ଷକ ରାଜକିଶୋର ରାଉତରାୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାଟକ ପ୍ରାରମ୍ଭରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କଳା, ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ , ଏଥିରେ କଳାକାର ଭାବେ ସାନ୍ତନୁ ପରିଡ଼ା, ରିଙ୍କୁ ପ୍ରଧାନ, ମୁନା ରାଉତରାୟ, ଢେଗୁ ପ୍ରଧାନ, ଅଜିତ ଖୁଣ୍ଟିଆ , ସିପୁନୁ ପ୍ରଧାନ ଓ ମିଥୁନ ମହାରଣା ପ୍ରମୁଖ ନିଖୁଣ କଳା ପ୍ରଦର୍ଶନ କରିଥିଲେ । ଏହି ପୈରାଣିକ ନାଟକଟିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ନାଟକ ପ୍ରେମୀ ଙ୍କର ସମାଗମ ହୋଇଥିଲା ।

Exit mobile version